
ନୂଆଦିଲ୍ଲୀ: ବୋରିଭାଲି ରେଳ ଷ୍ଟେସନରୁ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଏଥିରେ ପଶୁ ଓ ମଣିଷ ଭିତରେ ଥିବା ସ୍ନେହର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳୁଛି।
ଭିଡିଓରେ ଜଣେ ବୃଦ୍ଧ ବୋରିଭାଲି ରେଳ ଷ୍ଟେସନ ପ୍ଲାଟଫର୍ମରେ ବସି ଜୋତା ପଲିସ କରୁଛନ୍ତି। ଏହି ସମୟରେ ସେଠାରେ ଅନ୍ୟ ଲୋକମାନେ ବି ଯିବା ଆସିବା କରୁଛନ୍ତି। ଏତିକି ବେଳେ ପ୍ଲାଟଫର୍ମରେ ବସି ଜୋତା ପଲିସ କରୁଥିବା ବୃଦ୍ଧଙ୍କ ପାଖକୁ ଏକ କୁକୁର ଧାଇଁ ଆସୁଛି।
କୁକୁରକୁ ଦେଖି ବୃଦ୍ଧ ଜଣକ ନିଜ କାମ ଛାଡ଼ି ତାକୁ ଆଦାର କରି ଡାକୁଛନ୍ତି। ଯେମିତି କୁକୁରକୁ କହୁଛନ୍ତି, ଆ ମୋ ପାଖକୁ ଆ, ଭୟ କରିନି। କୁକୁରଟି ଯେମିତି ବୃଦ୍ଧଙ୍କ ପାଖକୁ ଆସୁଛି ବୃଦ୍ଧ କୁକୁର ମୁଣ୍ଡକୁ ଆଉଁସି ଯେମିତି କହୁଛନ୍ତି, ଶୋଇପଡ଼। ମୁଁ ଥିଲେ ତୋର ଭୟ କାହାକୁ। ଶୋ ଶୋ ମୁଁ ତତେ ଆଉଁସି ଦେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।
View this post on Instagram
କୁକୁର ବି ଚଟାଣରେ ମୁଣ୍ଡ ଦେଇ ବୃଦ୍ଧଙ୍କ ପାଖରେ ନିଶ୍ଚିନ୍ତରେ ଶୋଇପଡ଼ୁଛି। ଏହି ସମୟରେ ବୋଧେ ହୁଏ ପ୍ଲାଟଫର୍ମରେ ଥିବା କେହି ଜଣେ ଏହି ହୃଦୟସ୍ପର୍ଶୀ ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ଭାଇରାଲ ହୋଇଯାଇଛି।
The post ରେଳ ଷ୍ଟେସନରେ ଜୋତା ପଲିସ କରୁଥିବା ବୃଦ୍ଧ ଓ କୁକୁର ମଧ୍ୟରେ ଥିବା ସ୍ନେହର ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ first appeared on Sambad.from ବିଶେଷ | Sambad https://ift.tt/3qU1Rux
(@_slowcheetaah_)
0 Comments