ନିୟମ ଭାଙ୍ଗିବାରେ ରେକର୍ଡ ସୃଷ୍ଟି କଲେ ଫରୀଦ: ୧୧୭ ଥର ଚାଲାଣ କଟିଥିଲେ ବି ଏଯାଏଁ ଦେଉନାହାନ୍ତି ଜରିମାନା

ହାଇଦ୍ରାବାଦ: ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଗାଡି ଚାଳକଙ୍କୁ ନିସ୍ତାର ମିଳୁନି । ଟ୍ରାଫିକ ପୁଲିସ ନଜରରୁ ବର୍ତ୍ତିଗଲେ ମଧ୍ୟ ସିସିଟିଭି କ୍ୟାମେରା ନଜରରୁ ବର୍ତ୍ତିବା ଆଉ ସହଜ ହେଉ ନାହିଁ । ଏଭଳି ସ୍ଥଳେ ନିୟମ ଭାଙ୍ଗିଲେ ତୁରନ୍ତ ଗାଡି ନମ୍ବରରେ ଚାଲାଣ କଟୁଛି । କିନ୍ତୁ ହାଇଦ୍ରାବାଦ ଟ୍ରାଫିକ ପୁଲିସ ଏମିତି ଜଣେ ଗାଡି ଚାଳକଙ୍କୁ ଧରିଛି ଯାହାଙ୍କ ନାଁରେ ଏବେ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଛି । ହାଇଦ୍ରାବାଦରେ ନିୟମିତ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ଯେଉଁ ବ୍ୟକ୍ତିଙ୍କୁ ଟ୍ରାଫିକ ପୁଲିସ ଧରିଛି ତାଙ୍କ ନାଁରେ ଗତ ୭ ବର୍ଷ ମଧ୍ୟରେ ୧୧୭ ଥର ଚାଲାଣ କଟିଛି । କିନ୍ତୁ ଉକ୍ତ ବ୍ୟକ୍ତିଜଣକ ଚାଲାଣ କଟିବା ପରିବର୍ତ୍ତେ ପୁଲିସକୁ ବାରମ୍ବାର ଚକମା ଦେବାରେ ସଫଳ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଏବେ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ନାଁରେ ପ୍ରାୟ ୩୦ ହଜାର ଟଙ୍କାର ଜରିମାନା ରହିଛି।

www.thenewsminute.com

ସୂଚନା ମୁତାବକ, ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫରୀଦଙ୍କୁ ଧରିଥିଲା ଟ୍ରାଫିକ ପୁଲିସ। ଆଉ ଗାଡିର ପଞ୍ଜୀକରଣ କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଫରୀଦଙ୍କ ନାଁ ୧୧୭ ଥର ଚାଲାଣ କଟାଯାଇଛି ଏବଂ ୨୯,୭୨୦ ଟଙ୍କାର ଜରିମାନା ଦେବାକୁ ବାକି ରହିଛି ।

ଫରୀଦ ଖାନ୍ ଲଗାତାର ଟ୍ରାଫିକ ନିୟମ ଭାଙ୍ଗୁଥିଲେ । ଆଉ ପ୍ରତିଥର ତାଙ୍କ ଗାଡି ନାଁରେ ଚାଲାଣ କଟୁଥିଲା । କେତେବେଳେ ବିନା ହେଲମେଟରେ ତ ପୁଣି କେତେବେଳେ ଅନ୍ୟ ଉପାୟରେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ଫରୀଦ୍ । କିନ୍ତୁ ୭ ବର୍ଷ ହେବ ଯେତେ ଚାଲାଣ କଟାଯାଇଛି ସେ ବାବଦକୁ ଟଙ୍କାଟିଏ ବି ଜରିମାନା ଦେଇନାହାନ୍ତି ଫରୀଦ । ଏହା ଜଣାପଡିବା ପରେ ଏବେ ଫରୀଦଙ୍କ ସ୍କୁଟିକୁ ଜବତ କରିଛି ପୁଲିସ । ଏହାସହ ଚାଲାଣ ବାବଦକୁ ବକେୟା ପଡିଥିବା ଟଙ୍କା ପୈଠ କରି ସ୍କୁଟି ନେବାକୁ କୁହାଯାଇଛି । କିନ୍ତୁ ଫରୀଦଙ୍କ ପକ୍ଷରୁ ଏଯାଏଁ ଚାଲାଣ ବାବଦକୁ କୌଣସି ଟଙ୍କା ଦିଆଯାଇନାହିଁ ।
The post ନିୟମ ଭାଙ୍ଗିବାରେ ରେକର୍ଡ ସୃଷ୍ଟି କଲେ ଫରୀଦ: ୧୧୭ ଥର ଚାଲାଣ କଟିଥିଲେ ବି ଏଯାଏଁ ଦେଉନାହାନ୍ତି ଜରିମାନା first appeared on Sambad.

from ବିଶେଷ | Sambad https://ift.tt/3oEXh07

Post a Comment

0 Comments