କିଛି ଦିନ ତଳେ ଜେଲରୁ ବାହାରିଥିଲେ, ଆଜି ପୁଣି କାହିଁକି ନିଜ ଜନ୍ମଦିନରେ ଏନସିବି ଅଫିସରେ ପହଞ୍ଚିଲେ ଆରୟନ?

ମୁମ୍ବାଇ: ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟିରୁ ଗିରଫ ହୋଇଥିଲେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ପୁଅ ଆରୟନ ଖାନ୍। ଅକ୍ଟୋବର ୨୮ରେ ତାଙ୍କୁ ଜାମିନ ମିଳିବା ପରେ ଅକ୍ଟୋବର ୩୦ରେ ସେ ଘରକୁ ଫେରିଥିଲେ। ତେବେ ଆରୟନ ଘରକୁ ଫେରିବା ପରେ ଆଜି ସେ ପୁଣି ଥରେ ଏନସିବି ଅଫିସ ଯାଇଥିବା ଦେଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସେ କଣ ପାଇଁ ପୁଣି ଏନସିବି ଅଫିସ ଗଲେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିବା ବେଳେ ଏବେ ତାହାର ଉତ୍ତର ମିଳିଛି।

ଆରୟନଙ୍କୁ କିଛି ସର୍ତ୍ତ ସହ ଜାମିନ ମିଳିଥିବା ବେଳେ ପ୍ରତି ଶୁକ୍ରବାର ତାଙ୍କୁ ଏନସିବି ଅଫିସ ଆସିବାକୁ କୁହାଯାଇଛି। ଆଜି ତାଙ୍କର ଜନ୍ମଦିନ ହୋଇଥିବା ସହ ଶୁକ୍ରବାର ଥିବାରୁ ତାଙ୍କୁ ଏନସିବି ଅଫିସ ଯିବାକୁ ପଡ଼ିଥିବା ଜଣାପଡ଼ିଛି।

आर्यन खान
www.aajtak.in

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳ‌ରେ ଥିବା ଏକ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା। ଡ୍ରଗ୍ ପାର୍ଟି ଚାଲିଥିବା ଜାଣି ଏନସିବି ଆରୟନଙ୍କୁ ଅଟକ ରଖିଥିଲା। ଏହା ପରେ ସେ ୫ ଦିନ ଏନସିବି ହେପାଜତରେ ରହିବା ପରେ ତାଙ୍କୁ ଅକ୍ଟୋବର ୭ରେ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା। ତେବେ ଅନେକ ଜାମିନ ଆଦେବନ ଖାରଜ ହେବା ପରେ ଅକ୍ଟୋବର ୨୮ରେ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କୁ ଜାମିନି ମିଳିଥିଲା। ଜାମିନ ମିଳିଥିଲେ ବି ଜେଲରୁ ସେ ମୁକୁଳିବା ପାଇଁ ଆବଶ୍ୟକ କାଗଜପତ୍ର ସଂଧ୍ୟା ସାଢେ ୫ଟା ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ନପାରିବାରୁ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଏହା ପରେ ଅକ୍ଟୋବର ୩୦ରେ ସେ ଜେଲ‌ରୁ ମୁକୁଳିପାରିଥିଲେ।

The post କିଛି ଦିନ ତଳେ ଜେଲରୁ ବାହାରିଥିଲେ, ଆଜି ପୁଣି କାହିଁକି ନିଜ ଜନ୍ମଦିନରେ ଏନସିବି ଅଫିସରେ ପହଞ୍ଚିଲେ ଆରୟନ? first appeared on Sambad.

from ବିଶେଷ | Sambad https://ift.tt/3c5zUHn

Post a Comment

0 Comments