ଶରୀର ପବିତ୍ର ହୋଇଯାଏ ବୋଲି କହି ଗୋବର ଖାଇଲେ ଡାକ୍ତର, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ଅଜବ ଅଜବ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଏ। କିଛି ଭିଡିଓ ଅନେକ କିଛି ସିଖାଏ ତ କିଛି ଭିଡିଓ ଲୋକଙ୍କ ମନୋରଞ୍ଜନ କରିଥାଏ। ହେ‌ଲେ ହରିୟାଣାର ଜଣେ ଡାକ୍ତରଙ୍କ ଭାଇରାଲ ଭିଡିଓ ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତର ହୋଇ ମଧ୍ୟ ଗାଇର ଗୋବର ଖାଇବା ଏବଂ ଏହାକୁ ଖାଇବା ଦ୍ବାରା ଶରୀର ପବିତ୍ର ହେବ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହରିୟାଣାର କର୍ଣ୍ଣଲରେ ରହୁଥିବା ଶିଶୁରୋଗ ବିଶେଷଜ୍ଞ ମନୋଜ ମିତ୍ତଲଙ୍କ ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ମ‌ନୋଜ ମିତ୍ତଲ ଗୋବରର ମହତ୍ତ୍ବ ବିଷୟରେ କହିବା ସହ ତାଙ୍କ ମା’ ଗୋବର ଖାଆନ୍ତି ବୋଲି କହୁଛନ୍ତି। ଉପବାସ କରୁଥିବା ସମୟରେ ତାଙ୍କ ମା’ ଗୋବର ଖାଆନ୍ତି ଏବଂ ଏହାକୁ ଖାଇବା ଦ୍ବାରା ମସ୍ତିଷ୍କ ଏବଂ ଆତ୍ମା ଶୁଦ୍ଧ ହୋଇଯ‌ାଏ ବୋଲି କହୁଛନ୍ତି ମିତ୍ତଲ।

ତେବେ ମିତ୍ତଲଙ୍କ ଏଭଳି ଭିଡିଓରେ ଲୋକଙ୍କ ମଜାଦାର ପ୍ରତିକ୍ରିୟା ଆସିଥିବା ଦେଖାଯାଇଛି।

The post ଶରୀର ପବିତ୍ର ହୋଇଯାଏ ବୋଲି କହି ଗୋବର ଖାଇଲେ ଡାକ୍ତର, ଭାଇରାଲ ହେଲା ଭିଡିଓ first appeared on Sambad.

from ବିଶେଷ | Sambad https://ift.tt/3FxBpuJ

Post a Comment

0 Comments