
କିଶୋର ରଥ ଗୋଟିଏ ଚିରହରିତ୍ ତାରୁଣ୍ୟର ନଁା। ଗୋଟିଏ ମଉଳୁ ନଥିବାର ବିନ୍ଦାସ୍ ହସ। ରେଖା ଆଉ ଶବ୍ଦମାନଙ୍କୁ ନିଜ ଇଚ୍ଛାରେ ବୋଲ ମନାଇ ଶାଣିତ ଅସ୍ତ୍ର କରିପାରୁଥିବା ଜଣେ ସ୍ରଷ୍ଟାର ନଁା। ସମ୍ବାଦ ପରିବାର ସହିତ ଯୋଡ଼ି ହେବାର ଢେର ପୂର୍ବରୁ କିଶୋର କଟାକ୍ଷର ମୁଁ ଜଣେ ମୁଗ୍ଧ ପାଠିକା। ତାଙ୍କର ରାଜନୈତିକ ବ୍ୟଙ୍ଗ କରିବାର ଅନମନୀୟ ଶୈଳୀ ଅନ୍ୟମାନଙ୍କଠୁ ସ୍ବତନ୍ତ୍ର। ସମସାମୟିକ ଯେକୌଣସି ଘଟଣାକୁ ସେ ସଜାଡ଼ି ପାରନ୍ତି ସ୍ବକୀୟ ଶୈଳୀରେ। ଅନେକସମୟରେ ଅଫିସ୍ ପାଖ ଗୁମୁଟିରେ ସିଗାରେଟ୍ ଟାଣୁଥିବାବେଳେ ମୁହାଁମୁହିଁ ହୋଇଗଲେ, ସେ ଚଟାପଟ୍ ସିଗାରେଟ୍ଟି ତଳକୁ କରି କଥା ହୁଅନ୍ତି। ଏଇ କିଛିବର୍ଷ ହେଲା କୌଣସି କବିତା ପଢି ଭଲ ଲାଗିଲେ ଫୋନ୍ କରି କହନ୍ତି। ସାହିତ୍ୟଘରକୁ ନେଇ କେବେ କେବେ ଫୋନ୍ କରି ପରଦିନ ପଚାରନ୍ତି କେମିତି ଥିଲା। ବାହୁଡ଼ିଯିବାର ଦୁଇଦିନ ପୂର୍ବରୁ ସୋସିଆଲ ମିଡିଆରେ ପତ୍ନୀଙ୍କ ସହିତ ଦୀପାବଳି ପାଳନର ହସହସ ଫଟୋ ଦେଖିଲେ କେହି କ’ଣ ବିଶ୍ବାସ କରିବ, ଏବେ ସେ ଆମ ଗହଣରେ ନାହାନ୍ତି…।
ରାଜ୍ୟ ସଂଯୋଜିକାର, ସମ୍ବାଦ ସାହିଦ୍ୟ ଘର
The post କିଶୋର ରଥ: ଚିରହରିତ୍ ତାରୁଣ୍ୟର ନାଁ first appeared on Sambad.from ବିଶେଷ | Sambad https://ift.tt/3DzJgXX
0 Comments