ବଢ଼ୁଛି ସମୁଦ୍ରିକ ତାପମାତ୍ରା; ଭାରତକୁ ମାଡିଆସୁଛି ବିପଦ!

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଭାରତର ଦକ୍ଷିଣ-ପୂର୍ବ ସ୍ଥିତ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା । ବାକି ସମୁଦ୍ର ତୁଳନାରେ ହିନ୍ଦ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ମହାସାଗରର ତାପମାତ୍ରା ତିନିଗୁଣା ବଢୁଛି । ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ମହାଶାଗରରେ ତାପମାତ୍ରା ବଢିବା କାରଣରୁ ଦକ୍ଷଣ-ପୂର୍ବ ଏସିଆ ଏବଂ ଦକ୍ଷିଣ ଆଷ୍ଟ୍ରେଲିଆର ଅନେକ ସ୍ଥାନ ଜଳମଗ୍ନ ହୋଇଯିବାର ସମ୍ବାବନା ସୃଷ୍ଟି ହୋଇଛି । ଏ ନେଇ ଚେତାବନୀ ଦେଇଛନ୍ତି ବିଶ୍ୱ ପାଣିପାଗ ବିଶେଷଜ୍ଞ ।

ଡବ୍ଲ୍ୟୁ.ଏମ୍ଓ. ବା ୱାଲ୍ଡ ମେଟ୍ରୋଲୋଜିକାଲ ଅରଗାନାଇଜେସନ୍ ଅନୁଯାୟୀ, ତାପମାତ୍ରା ବଢିବା କାରଣରୁ ପ୍ରତିବର୍ଷ ଅଷ୍ଟ୍ରେଲିୟା ଜଙ୍ଗଲରେ ନିଆଁ ଲାଗୁଛି… ଆଗକୁ ଜଙ୍ଗଲ ନିଆଁ ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । କେବଳ ଏତିକି ନୁହେଁ ଆସନ୍ତା ୫ବର୍ଷ ମଧ୍ୟରେ ହିମାଳୟର ଗ୍ଲେସିୟର ତରଳିଯିବ । ଯାହା ଭାରତ ଦେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବ ।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି, ସମୁଦ୍ରର ତାପମାତ୍ରା ଆଉ ୨ଡିଗ୍ରି ବଢିବା ପୂର୍ବରୁ ବିପଦ ଥିବା ଦେଶଗୁଡିକୁ ଉଚିତ୍ ପଦକ୍ଷେପ ନେବାକୁ ପଡିବ । ୧୯୯୩ ମସିହାଠୁ ଆରମ୍ଭ କରି ଏବେ ଯାଏଁ ଦୁଇଗୁଣା ବଢିଛି ସମୁଦ୍ରିକ ତାପମାତ୍ରା । ତେଣୁ ଏବେଠୁ ଯଦି କୌଣସି ପଦକ୍ଷେପ ନିଆନଯାଏ ତେବେ ଆଗକୁ ଭାରତ, ଅଷ୍ଟ୍ରେଲିଆ ସମେତ ଅନ୍ୟ ସାମୁଦ୍ରିକ ନିକଟବର୍ତ୍ତି ଦେଶଗୁଡିକ ନିଆଁ ଏବଂ ପାଣିରେ ବିଲୀନ ହୋଇଯିବା ସମ୍ବାବନା ରହିଛି ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି।

The post ବଢ଼ୁଛି ସମୁଦ୍ରିକ ତାପମାତ୍ରା; ଭାରତକୁ ମାଡିଆସୁଛି ବିପଦ! first appeared on Sambad.

from ବିଶେଷ | Sambad https://ift.tt/3C5Q7XE

Post a Comment

0 Comments