
ନୂଆଦିଲ୍ଲୀ: ଭାଗ୍ୟ ଆପଣାଛାଏଁ ବଦଳି ନଥାଏ ତାକୁ ବହୁ ପରିଶ୍ରମ କରି ବଦଳାଇବାକୁ ପଡ଼ିଥାଏ। ଯାହାକି ଧରମବୀର କମ୍ବୋଜ କରି ଦେଖାଇଛନ୍ତି। ଧରମବୀରଙ୍କୁ ‘କିସାନ ଧରମବୀର’ ବୋଲି ବି ଲୋକେ ଜାଣିଛନ୍ତି। ଆସନ୍ତୁ ଜାଣିବା ଧରମବୀରଙ୍କ ସଂଘର୍ଷମୟ ଜୀବନ ବିଷୟରେ….
ଧରମବୀର କମ୍ବୋଜ ହରିୟାଣାର ଯମୁନାନଗରର ଦଙ୍ଗଲା ଗ୍ରାମରେ ବସବାସ କରନ୍ତି। ସେ ୧୯୮୬ ମସିହାରେ ଦିଲ୍ଲୀରେ ରିକ୍ସା ଚଲାଉଥିଲେ। ଏହି ସମୟରେ ସେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା, ପୁସା ସମ୍ପର୍କରେ ଆସିଥିଲେ। ଏହିଠାରୁ ଧରମବୀରଙ୍କୁ ଆଧୁନିକ କୃଷି ବିଷୟରେ ସୂଚନା ମିଳିଥିଲା। ସେ ଦିଲ୍ଲୀରେ ରହି ରିକ୍ସା ଚଲାଉଥିବା ବେଳେ ତାଙ୍କୁ ପ୍ରତଦିନ ୬ଟଙ୍କା ଭଡ଼ା ଦେବାକୁ ହେଉଥିଲା। ଆଜି ସେ ବର୍ଷକୁ ୧୫ରୁ ୨୦ଲକ୍ଷ ଟଙ୍କା ପାଖାପାଖି ରୋଜଗାର କରି ପାରୁଛନ୍ତି।

ଧରମବୀର ଚାଷ ସମ୍ପର୍କରେ ଅଧିକରୁ ଅଧିକ ସୂଚନା ଖୋଜିବାକୁ ଲାଗିଲେ। ସେ ଏକ ମଲ୍ଟିପରପସ ଫୁଡ ପ୍ରୋସେସିଂ ମେସିନ କିଣିବା ସହିତ ଦୁଇ ଏକର ଜମିରେ ଚାଷ କାମ ଆରମ୍ଭ କରିଥିଲେ। ଧୀରେ ଧୀରେ ଏହି ଚାଷ କାମ ପ୍ରତି ତାଙ୍କର ରୁଚି ବଢ଼ିବା ସହିତ ଲାଭ ବି ହେଲା।
ଧରମବୀର କହନ୍ତି, ସେ ଯଦି ସେହି ସମୟରେ ହାର ମାନି ଯାଇଥାଆନ୍ତେ ଆଜି ଖାଇବାକୁ ପାଇ ଥାଆନ୍ତେ କି ନାହିଁ ସେ ଜାଣି ନାହାନ୍ତି। କିନ୍ତୁ ନିଜ ଉପରେ ଆତ୍ମବିଶ୍ବାସ ରଖି ଯେଉଁ କାମ ଆରମ୍ଭ କରିଥିଲେ ତାହା ଆଜି ସଫଳ ହୋଇଛି। ସେ ଆଜି ଅନ୍ୟମାନଙ୍କୁ ବି ରୋଜଗାର ଦେଇ ପାରୁଛନ୍ତି। ତାଙ୍କ ପାଖରେ ୨୫ଜଣ ମହିଳା ଏବେ କାମ କରୁଛନ୍ତି।
The post ରିକ୍ସା ଚାଳକ ନିଜ ପରିଶ୍ରମ ବଳରେ ହୋଇପାରିଛନ୍ତି ଲକ୍ଷପତି first appeared on Sambad.from ବିଶେଷ | Sambad https://ift.tt/2Y6o0JT
0 Comments