କୁକୁରକୁ ହଇରାଣ କରୁଥିବା ଦେଖି ବ୍ୟକ୍ତିଙ୍କୁ ଶିଙ୍ଗରେ ଉଠାଇ କଚାଡ଼ି ଦେଲା ଗାଈ

ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟକ୍ତି ନୀରିହ କୁକୁରକୁ ହଇରାଣ କରୁଥିଲେ। ସେ ଜାଣି ନଥିଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା କ’ଣ ହେବ? ଆଇଏଫଏସ ଅଫିସର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି, ‘ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ ବୋଲି କହୁଛନ୍ତି।

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟୁଇଟରରେ ସେୟାର କରିଛିନ୍ତି। ଏହି ଭିଡିଓକୁ ନେଇ ଖବର ଲେଖାହେଲା ପର୍ଯ୍ୟନ୍ତ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ୧୬ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି।

 

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି କୁକୁର କାନକୁ ଧରି ଉଠାଇବାକୁ ଚେଷ୍ଟା କରୁଛନ୍ତି। କୁକୁରକୁ ଯନ୍ତ୍ରଣା ହେବାରୁ ସେ କାଉଁକାଉଁ ବୋବାଉଛି। ଏହା ସତ୍ତ୍ବେ ବି ଉକ୍ତ ବ୍ୟକ୍ତି ଜଣକ କୁକୁରକୁ ଛାଡ଼ି ନଥିଲେ। ଏଭଳି ଦୃଶ୍ୟ ଦେଖି କୌଣସି ମଣିଷ ସିନା କୁକୁରକୁ ବଞ୍ଚାଇବାକୁ ଆଗକୁ ଆସିଲା ନାହିଁ କିନ୍ତୁ ସେହି ବାଟ ଦେଇ ଯାଉଥିବା ଏକ ଗାଈ ଉକ୍ତ ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ଦେଇଥିଲା। ସେ ଉକ୍ତ ବ୍ୟକ୍ତିଙ୍କୁ ଶିଙ୍ଗରେ ଟେକି ରାସ୍ତରରେ କଚାଡି ଦେଇଥିଲା। ଫଳରେ କୁକୁରଟି ଉକ୍ତ ବ୍ୟକ୍ତିଙ୍କ କବଳରୁ ମୁକ୍ତ ହୋଇଯାଇଥିଲା।

ଲାଜ୍ଜର ବିଷୟ କି ଏହି ଦୃଶ୍ୟ ଦେଖି ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଏପରି କରିବାକୁ ଅଟକାଇବା ବଦଳରେ ଭିଡିଓ ପ୍ରସ୍ତୁତ କରି ଘଟଣାର ମଜା ନେଉଥିଲେ।

The post କୁକୁରକୁ ହଇରାଣ କରୁଥିବା ଦେଖି ବ୍ୟକ୍ତିଙ୍କୁ ଶିଙ୍ଗରେ ଉଠାଇ କଚାଡ଼ି ଦେଲା ଗାଈ first appeared on Sambad.

from ବିଶେଷ | Sambad https://ift.tt/3nTEL46

Post a Comment

0 Comments