ବାପା ଓ ମା’ଙ୍କୁ ହରାଇବା ପରେ ଦୀର୍ଘ ୪୦ବର୍ଷ ହେବ ବିଜୁଳି ଓ ପାଣି ବିନା ବଞ୍ଚିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଯେଉଁ ପିଲାର ମା’ ଓ ବାପାଙ୍କ ମୃତ୍ୟୁ ହୋଇଥାଏ ତା ପାଇଁ ଜୀବନ ବଞ୍ଚିବା ବହୁତ କଷ୍ଟ ହୋଇଯାଇଥାଏ। ଏଭଳି ପରିସ୍ଥିତିରେ କେତେଜଣ ମନକୁ ଦୃଢ଼ କରି ଆଗକୁ ବଢ଼ୁଥିବା ବେଳେ ଆଉ କିଛି ଜଣେ ଏମିତି ଭାଙ୍ଗି ଯାଇଥାଆନ୍ତି ଯେ ସେମାନଙ୍କ ଜୀବନର ମୂଲ୍ୟ କିଛି ରହି ନଥାଏ।
କେନ ସ୍ମିଥ ନାମକ ଜଣେ ବ୍ୟକ୍ତି ତାଙ୍କ ବାପା ଓ ମା’ଙ୍କୁ ହରାଇ ଦେଇଥିଲେ। ବାପା ଓ ମା’ଙ୍କୁ ହରାଇବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କ’ଣ କରିବେ କ’ଣ ନାହିଁ କିଛି ବୁଝି ପାରି ନଥିଲା। ତାଙ୍କୁ ଯେମିତି ଲାଗିଲା ତାଙ୍କ ଜୀବନ ବି ତାଙ୍କ ମା’ ଓ ବାପାଙ୍କ ସହ ଚାଲି ଯାଇଛି। ଦୀର୍ଘ ୪୦ବର୍ଷ ହେବ ସେ ଏକ ଭିନ୍ନ ଜୀବନ ବଞ୍ଚୁଛନ୍ତି। ସେ ୪୦ବର୍ଷ ହେବ ନା ବିଜୁଳି ନା ପାଣି କିଛି ବି ବ୍ୟବହାର କରୁ ନାହାନ୍ତି।

ସ୍ମିତ ଏବେ ୭୪ବର୍ଷରେ ପ୍ରଦାର୍ପଣ କରିଛନ୍ତି। ତାଙ୍କୁ ୨୬ ବର୍ଷ ହୋଇଥିବା ବେଳେ ସେ ରାତିରେ ଏକ କାମରେ ବାହାରିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପ‌ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା।  ୨୩ଦିନ ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ ସ୍ମିତ। ଚିକିତ୍ସା ପରେ ଡାକ୍ତର କହିଥିଲେ ସେ କେବେ ଚାଲିପାରିବେ ନାହିଁ କି କଥା ବି କହି ପାରିବେ ନାହିଁ।

ଏହି ଘଟଣାକୁ ନେଇ ସ୍ମିତ କହନ୍ତି, ‘ଡାକ୍ତର କହି‌ଥିଲେ ମୁଁ କେବେ ଚାଲିପାରିବି ନାହିଁ କି କଥା ବି କହି ପାରିବି ନାହିଁ। କିନ୍ତୁ ମୁଁ ଏସବୁ କରିଲି। ସେହିଦିନ ଠାରୁ ମୁଁ ସ୍ଥିର କଲି, କାହା ଉପରେ ନିର୍ଭର କରିବି ନାହିଁ। ନିଜ ରାସ୍ତା ନିଜେ ବାଛିଥିଲି।’

The post ବାପା ଓ ମା’ଙ୍କୁ ହରାଇବା ପରେ ଦୀର୍ଘ ୪୦ବର୍ଷ ହେବ ବିଜୁଳି ଓ ପାଣି ବିନା ବଞ୍ଚିଛନ୍ତି ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3wOkaSO

Post a Comment

0 Comments