
ମୁମ୍ବାଇ: ସୋନୁଙ୍କୁ କାହିଁକି ମିଳିଲାନି ‘ପଦ୍ମଶ୍ରୀ’ ? ସାମ୍ବାଦିକଙ୍କ ଏଭଳି ପ୍ରଶ୍ନର ନିଆରା ଢଙ୍ଗରେ ଉତ୍ତର ଦେଇଛନ୍ତି ଅସହାୟର ଭଗବାନ ତଥା ବଲିଉଡ ଅଭିନେତେ ସୋନୁ ସୁଦ୍ । ଦେଶର ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ତାଙ୍କୁ ନମିଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ୍ ।
ସେ କହିଛନନ୍ତି ଯେ, ସତ କହିବାକୁ ଗଲେ, ମୁଁ ଆଦୌ ‘ପଦ୍ମଶ୍ରୀ’ ପୁରସ୍କାର ପାଇବି ବୋଲି ଆଶା କରିନଥିଲି। ଏବେ ଯାହା ସବୁ ମୋ ସହ ଘଟୁଛି, ତାପରେ ତ ଜମା ବି ନୁହେଁ। ଘରେ ହୋଇଥିବା ଆୟକର ବିଭାଗର ଚଢ଼ାଉକୁ ସେ ଏଭଳି କହିବା ସହ ପ୍ରତିକ୍ରିୟା ରଖିଥିଲେ ଯେ, ମୋ ପାଇଁ ସବୁଠାରୁ ବଡ ପୁରସ୍କାର ହେଉଛି ଲୋକଙ୍କ ଭଲପାଇବା। ଏବେ ବି ଲୋକେ ମୋତେ ଭଲ ପାଉଛନ୍ତି। ସାହାଯ୍ୟ ପାଇଁ ମୋ ଘର ତଳେ ଲୋକେ ଏବେ ବି ଅପେକ୍ଷା କରୁଛନ୍ତି। ପୁରସ୍କାରର କୌଣସି ଆଶା ନକରି ଅଭାବୀ ଲୋକଙ୍କୁ ମୁଁ ସାହାଯ୍ୟ କରିବା ଜାରି ରଖିବି। ଯେପର୍ଯ୍ୟନ୍ତ ଲୋକମାନେ ସାହାଯ୍ୟ ପାଇଁ ମୋ ପାଖକୁ ଆସିବେ, ମୁଁ ସେମାନଙ୍କୁ ସାହାଯ୍ୟ କରିବି। ମୋର ପ୍ରୟାସକୁ ସ୍ୱୀକୃତି ଦିଆଯାଉଛି କି ନାହିଁ ତାହା ଜରୁରୀ ନୁହେଁ। ସ୍ୱୀକୃତି ପାଇଁ ମୁଁ ଏହା କରୁନାହିଁ।
The post କୋଟି କୋଟି ଲୋକଙ୍କ ହୃଦୟ ଜିତି ମଧ୍ୟ ପଦ୍ମଶ୍ରୀ ନମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିିଲେ ସୋନୁ ସୁଦ first appeared on Sambad.from ବିଶେଷ | Sambad https://ift.tt/3He8u0e
0 Comments