ଟ୍ରାଫିକ ପୁଲିସ ଗାଡିଗୁଡ଼ିକୁ ଅଟକାଇ ବିଲେଇକୁ କରାଇଲେ ରାସ୍ତା ପାର

ନୂଆଦିଲ୍ଲୀ:  ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓକୁ ଅନେକ ପସନ୍ଦ ବି କରିଛନ୍ତି। ଏହି ଭିଡିଓରେ ଟ୍ରାଫିକ ପୁଲିସ ଗାଡିଗୁଡ଼ିକୁ ଅଟକାଇ ଏକ ବିଲେଇକୁ ରାସ୍ତା ପାର କରାଉଥିବା ଦେଖିବାକୁ ମିଳୁଛି।

ଏହି  ହୃଦୟସ୍ପର୍ଶୀ ଭିଡିଓଟି ଇଣ୍ଡୋନେସିଆର ବୋଲି କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଆକାଉଣ୍ଟ ରାମ୍ବଲିଙ୍ଗ ନାମକ ପେଜରେ ସେୟାର କରାଯାଇଛି।

 

ପେଜର ଆଡମିନ୍ ଜେନିଫର୍ ରକଉଡ୍ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ଆପଣ ଜାଣି ନାହାଁନ୍ତି ଯେ ଆପଣ ଅନ୍ୟମାନଙ୍କ ମଧ୍ୟରେ କେଉଁ ଆଲୋକ ବାଣ୍ଟି ପାରିବେ, କେବଳ ଆପଣଙ୍କ ଦୟା ଏବଂ ଏକ ସୁନ୍ଦର ଉଦାହରଣ।’ ଏହି ଭିଡିଓରେ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ୍ ଏବଂ କମେଣ୍ଟ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ପୁୁଲିସ କର୍ମଚାରୀଙ୍କ ଏଭଳି କାମ ପାଇଁ ଭୁରିଭୁରି ପ୍ରଶଂସା କରରିଛନ୍ତି।

The post ଟ୍ରାଫିକ ପୁଲିସ ଗାଡିଗୁଡ଼ିକୁ ଅଟକାଇ ବିଲେଇକୁ କରାଇଲେ ରାସ୍ତା ପାର first appeared on Sambad.

from ବିଶେଷ | Sambad https://ift.tt/3HAClQV

Post a Comment

0 Comments