୨୦୨ ଦିନ ମଧ୍ୟରେ ୯ଥର ମୃତ୍ୟୁକୁ ହରାଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଥିବା ମହିଳା

ଦାହୋଦ(ଗୁଜୁରାଟ): ହାର ମାନିଲା ମୃତ୍ୟୁ। ୨୦୨ ଦିନ ମଧ୍ୟରେ ୯ଥର ମୃତ୍ୟୁକୁ ହରାଇଲେ ମହିଳା। ଆଉ ବଞ୍ଚିବେ ନାହିଁ ବୋଲି ବନ୍ଧୁ ଓ ପରିବାରବର୍ଗ ଭାବିସାରିଥିଲେ। ଦିନକୁ ଦିନ ସେ ବଞ୍ଚିବେ ନାହିଁ ବୋଲି ଆଶା ହରାଇବାରେ ଲାଗିଥିଲେ ସ୍ବାମୀ। ହେଲେ ହଠାତ୍ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥା ସୁଧୁରିବାକୁ ଲାଗିଲା। ଆଉ ୨୦୨ ଦିନ ପରେ ସେ କରୋନାକୁ ହରାଇ ସୁସ୍ଥ ହେଲେ। ଏଠି ଆମେ ଗୁଜୁରାଟର ଦାହୋଦରେ ରହୁଥିବା ଗୀତା ଧରମିକଙ୍କ ବିଷୟରେ କହୁଛୁ।

https://ift.tt/JUEAQD

ଗୀତା ଧରମିକ ଚଳିତ ବର୍ଷ ମେ’ ୧ରେ ‌କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ବାପାଙ୍କ ଶେଷ କୃତ୍ୟରେ ସାମିଲ ହୋଇ ସେ ଭୋପାଳରୁ ଫେରିବା ପରେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଏହା ଦେଖି ରେଳ କର୍ମଚାରୀ ଥିବା ତାଙ୍କ ସ୍ବାମୀ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ଧୀରେ ଧୀରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିଲା। ଏହା ପରେ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ୨୦୨ଦିନ ସେ ଡାକ୍ତରଖାନାରେ ରହି କରୋନା ସହ ଲଢ଼ିବା ପରେ ଆଜି ଘରକୁ ଫେରିଛନ୍ତି। ଏମଧ୍ୟରେ ପ୍ରାୟ ୯ଥର ତାଙ୍କ ଅବସ୍ଥା ବିଗିଡ଼ିଥିଲା ଏବଂ ଫୁସଫୁସ ପ୍ରତିରୋପଣ କରିବାକୁ କହିଥିଲେ ଡାକ୍ତର। ହେଲେ ଉପଯୁକ୍ତ ଔଷଧ ଏବଂ ଚିକିତ୍ସା ପାଇଁ ସେ ସୁସ୍ଥ ହୋଇପାରିଥିଲେ। ଆଜି ୯ଥର ସେ ମୃତ୍ୟୁକୁ ହରାଇ ପୁଣି ଥରେ ନୂଆ ଜୀବନ ପାଇଛନ୍ତି ଏବଂ ପରିବାର ପାଖକୁ ଫେରିଆସିଛନ୍ତି।

The post ୨୦୨ ଦିନ ମଧ୍ୟରେ ୯ଥର ମୃତ୍ୟୁକୁ ହରାଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଥିବା ମହିଳା first appeared on Sambad.

from ବିଶେଷ | Sambad https://ift.tt/3oIrCv3

Post a Comment

0 Comments