ବୁର୍ହାନ୍ପୁର: ମଧ୍ୟପ୍ରଦେଶ ଅନ୍ତର୍ଗତ ବୁର୍ହାନ୍ପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଆଗ୍ରାର ତାଜମହଲ ପରି ଦିଶୁଥିବା ଗୋଟାଏ ବିଳାସମୟ ଘର ଭେଟି ଦେଇଛନ୍ତି।
ବୁର୍ହାନ୍ପୁରର ବାସିନ୍ଦା ଆନନ୍ଦ ଚୋକ୍ସେଙ୍କୁ ଗୋଟିଏ କଥା ଖୁବ୍ ବିସ୍ମିତ କରେ। ତାହା ହେଲା, ମୋଗଲ ସମ୍ରାଟ ଶାହ ଜାହାନ୍ଙ୍କ ପତ୍ନୀ ମମ୍ତାଜ୍ଙ୍କୀ ବୁର୍ହାନ୍ପୁର ନଗରୀରେ ମୃତ୍ୟୁ ହୋଇଥିଲେ ବି ଏଠାରେ କାହିଁକି ତାଜ୍ମହଲ ନିର୍ମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜ୍ମହଲ ନିର୍ମାଣ କରାଯିବାର ଥିଲା କିନ୍ତୁ, ପରେ ତାହା ଆଗ୍ରାରେ ନିର୍ମାଣ କରାଗଲା।
ସେ ଯାହାହେଉ ନା କାହିଁକି, ଅବିକଳ ତାଜ୍ମହଲ ପରି ଦିଶୁଥିବା ଆନନ୍ଦଙ୍କ ଏହି ୪ଟି ଶୟନକକ୍ଷ ଥିବା ଘର ନିର୍ମାଣ ପାଇଁ ୩ ବର୍ଷ ଲାଗିଛି। ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟର୍ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ଚଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ପ୍ରଥମେ ସେ ଅସଲ ତାଜ୍ମହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ଘରର ଅଭ୍ୟନ୍ତର ନିର୍ମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକରମାନଙ୍କ ସହଯୋଗ ଲୋଡ଼ିଥିଲେ।
ଉକ୍ତ ଘରର ଗମ୍ବୁଜର ଉଚ୍ଚତା ୨୯ ଫୁଟ୍। ଘରର ଚାରିପଟେ ତାଜମହଲରେ ଥିବା ବୁରୁଜ ବା ମୀନାର (ଟାୱାର୍) ବୁରୁଜ ଅଛି। ଘରର ଚଟାଣ ତିଆରି ହୋଇଛି ରାଜସ୍ଥାନର ମକରାନାରେ ମିଳୁଥିବା ଶଙ୍ଖମର୍ମ୍ମର (ମାର୍ବଲ୍) ପଥରରେ। ଘରେ ଥିବା ଆସବାବ୍ପତ୍ର ପ୍ରସ୍ତୁତ କରିଛନ୍ତି ମୁମ୍ବାଇର କାରିଗରମାନେ।
ଘର ଭିତରେ ଅଛି ଗୋଟାଏ ବଡ଼ ହଲ୍, ତଳେ ୨ଟି ଓ ଉପରେ ୨ଟି ଶୟନକକ୍ଷ, ଗୋଟିଏ ପାଠାଗାର ଏବଂ ଗୋଟାଏ ଧ୍ୟାନ କକ୍ଷ। କେବଳ ଏତିକି ନୁହେଁ, ଘର ଭିତର ଏବଂ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ, ତାହା ଅନ୍ଧାରରେ ପ୍ରକୃତ ତାଜ୍ମହଲ ପରି ଝଟକୁଛି।
The post ପତ୍ନୀଙ୍କୁ ତାଜ୍ମହଲ ପରି ଦିଶୁଥିବା ଘର ଉପହାର ଦେଲେ ମଧ୍ୟପ୍ରଦେଶ ବ୍ୟକ୍ତି; ତିଆରି ପାଇଁ ଲାଗିଲା ୩ ବର୍ଷ first appeared on Sambad.from ବିଶେଷ | Sambad https://ift.tt/2Z85wZY
0 Comments