ଗାଈକୁ ବାଇକରେ ବସାଇ ବୁଲାଉଛନ୍ତି ମାଲିକ

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏହାରି ଭିତରୁ ଏମିତି କିଛି ଭିଡିଓ ରହିଥାଏ ଯାହାକି ଭାଇରାଲ ହୋଇଯାଇଥାଏ। ଆଉ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଉକ୍ତ ଭିଡିଓ ବେଶ ପସନ୍ଦ ବି କରି ଥାଆନ୍ତି।

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କୌଣସି କାମରେ ଗାଈକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ଏକ ସୁନ୍ଦର ଜୁଗାଡ଼ ଆପଣାଇଛନ୍ତି। ବ୍ୟକ୍ତି ଜଣକ ଗାଈକୁ ନିଜ ବାଇକର ପଛ ସିଟରେ ବସାଇ ତାକୁ ଦଉଡିରେ ବାନ୍ଧି ଦେଇଛନ୍ତି। ଗାଈ ବି ମାଲିକ କଥା ମାନି ଖୁବ ଆରମରେ ଗାଡ଼ି ପଛପଟେ ବସି ଯାଉଛି। ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଏଦୃଶ୍ୟକୁ ନିଜ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।

 

 

The post ଗାଈକୁ ବାଇକରେ ବସାଇ ବୁଲାଉଛନ୍ତି ମାଲିକ first appeared on Sambad.

from ବିଶେଷ | Sambad https://ift.tt/32dFF40

Post a Comment

0 Comments