
କୋରବା: ଛତିଶଗଡର କୋରବା ଜିଲ୍ଲାର କୋଇଲା ଉତ୍ପାଦନକାରୀ କମ୍ପାନୀ ସାଉଥ୍ ଇଷ୍ଟର୍ନ କୋଲଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ) ନିଜର ଜଣେ କର୍ମଚାରୀଙ୍କୁ ୧୬ କୋଟି ଟଙ୍କାର ଚେକ୍ ଦେଇଛି। ଚେକ୍ ପାଇବା ପରେ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯିବା ସହିତ କମ୍ପାନିର ଏଭଳି ସାହାଯ୍ୟ ପାଇଁ ବାରମ୍ବାର ଧନ୍ୟବାଦ ଦେଉଛନ୍ତି।
![]()
ଏସଇସିଏଲ କମ୍ପାନିରେ କାମ କରୁଥିବା କର୍ମଚାରୀ ସତୀଶ କୁମାର ରବିଙ୍କ ୨ ବର୍ଷର ଝିଅ ସୃଷ୍ଟି ରାନୀ ‘ସ୍ପାଇନାଲ ମସକ୍ୟୁଲର ଆଟ୍ରୋଫି’ ନାମକ ଏକ ବିରଳ ରୋଗରେ ପୀଡିତ ଅଛନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏହି ରୋଗ ସାଧାରଣତଃ ମେରୁଦଣ୍ଡ ଏବଂ ବ୍ରେନ ଷ୍ଟେମରେ ସ୍ନାୟୁ କୋଷର ଅଭାବ ହେତୁ ମାଂସପେଶୀଗୁଡ଼ିକ ଠିକ୍ ଭାବରେ କାମ କରେ ନାହିଁ । ଯାହାଫଳରେ ଧୀରେ ଧୀରେ ଏହି ରୋଗ ଜୀବନ ନେଇ ଯାଇଥାଏ। ଏହାର ଚିକିତ୍ସା ବହୁତ ମହଙ୍ଗା ରହିଥାଏ।

ଗତ ବର୍ଷ ଡିସେମ୍ବରରେ ସତୀଶ କୁମାରଙ୍କୁ ଝିଅ ସୃଷ୍ଟିଙ୍କ ଏହି ରୋଗ ବିଷୟରେ ଜଣାପଡ଼ିଥିଲା। । ସେବେଠାରୁ ଝିଅର ଚିକିତ୍ସା ଦିଲ୍ଲୀ ଏମ୍ସ ଏବଂ ଏସଇସିଏଲର ପ୍ୟାନେଲ ସହିତ ଜଡ଼ିତ ଥିବା ବିଲାସପୁର ଆପୋଲୋ ହସ୍ପିଟାଲରେ ହେଉଛି। ଏଇ କିଛିଦିନ ହେବ ସୃଷ୍ଟି ଘରେ ଏକ ପୋର୍ଟେବଲ୍ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଏହି ରୋଗର ଉପଶମ ପାଇଁ ସୃଷ୍ଟିଙ୍କୁ ‘ଜୋଲଜେନ୍ସମା’ ଇନଜେକସନ ଦରକାର। ଯାହାର ମୂଲ୍ୟ ୧୬ କୋଟି ଟଙ୍କା ବୋଲି କୁହାଯାଉଛି।
ଏଭଳି ମହଙ୍ଗା ଇଞ୍ଜେକ୍ସନ କିଣିବା ସତୀଶ କୁମାର ରବିଙ୍କ ପକ୍ଷେ ସମ୍ଭବ ନଥିଲା। ସେଥିପାଇଁ ସେ ଚାହିଁକି ବି ଝିଅକୁ ଏହି ଇନଜେକସନ ଦେଇ ପାରୁ ନଥିଲେ। କର୍ମଚାରୀଙ୍କ ଏଭଳି ଅସୁବିଧା ଦେଖି ଏହି କଠିନ ସମୟରେ ଏସଇସିଏଲ ସୃଷ୍ଟିଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଛି। ଖଣିର ମହାପ୍ରବନ୍ଧକ ଶଶାଙ୍କ ଶେଖର ଦେବଗଣ ଗତ ଶୁକ୍ରବାର ଦିନ ସତୀଶ କୁମାର ରବିଙ୍କୁ ୧୬ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
The post କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନି ଦେଲା ୧୬କୋଟି ଟଙ୍କାର ଚେକ! first appeared on Sambad.from ବିଶେଷ | Sambad https://ift.tt/3nBkykm
0 Comments