ଜାଣନ୍ତୁ କାହିଁକି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ଏହି ଦେଶରେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ

ଦୁନିଆରେ ଜାତି, ଧର୍ମ, ବର୍ଣ୍ଣ ଅଲଗା ଅଲଗା ଥିବା ବେଳେ ସେହିି ଅନୁସାରେ ଭିନ୍ନ ଭିନ୍ନ ରୀତିନୀତି ଏବଂ ପରମ୍ପରା ମଧ୍ୟ ରହିଛି। ହେଲେ ବିିଶ୍ବର କିଛି କିିଛି ସ୍ଥାନରେ ଏଭଳି ଅଦ୍ଭୁତ ରୀତିନୀତି ରହିଛି, ଯାହା ଆଶ୍ଚର୍ଯ୍ୟ କଲାଭଳି। ଭାରତ ସମେତ ଏପରି ଅନେକ ଦେଶ ରହିଛି, ଯେଉଁଠି ଏଭଳି କିଛି ପରମ୍ପରା ରହିଛି, ଯାହାକୁ ସେହି ଦେଶର ସରକାର ନିଷିଦ୍ଧ କରିଥିଲେ ହେଁ ଲୋକେ ନିଜ ପରମ୍ପରାକୁ ଜାବୁୁଡ଼ି ଧରିିଛନ୍ତି। ବିଶ୍ବରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ସେହି ଘରର ମହିଳାମାନଙ୍କୁ ଆଙ୍ଗୁଳି କାଟିବାକୁ ପଡ଼େ।

ଯେତେବେଳେ ପରିବାରରେ କାହାର ମୃତ୍ୟୁ ହୁଏ, ସେତେବେ‌ଳେ ଲୋକେ ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି। ଏହି ସମୟରେ ସଂପର୍କୀୟମାନେ ଘରକୁ ଆସି ସାହସ ବଢ଼ାଇବା ସହ ଯନ୍ତ୍ରଣାକୁ କମ କରିବା ପାଇଁ ସାଥିରେ ଠିଆ ହୁଅନ୍ତି। କିନ୍ତୁ ଇଣ୍ଡୋନେସିଆର ଏଭଳି ଏକ ଜନଜାତି ରହିିଛି, ଯେଉଁଠି ପରିବାରରେ କାହାର ମୃତ୍ୟୁ ହେଲେ ସାନ୍ତ୍ବନା ଦେବା ପରିବର୍ତ୍ତେ ଘରର ମହିଳାଙ୍କ ଆଙ୍ଗୁୁଠି କାଟି ଦିଆଯାଏ। ମିଳିଥିବା ସୂୂଚନା ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ଏହି କଷ୍ଟର ସାମ୍ନା କରିବାକୁ ପଡ଼େ। ପରିବାରରେ କେହି ମୃତୁ୍ୟୁବରଣ କଲେ ଇଣ୍ଡୋନେସିଆରେ ଥିବା ଏହି ଜନଜାତିର ମହିଳାଙ୍କର ଆଙ୍ଗୁଠିର ଉପର ଅର୍ଦ୍ଧ ଭାଗକୁ କାଟି ଦିଆଯାଏ।

zeenews.india.com

ଆଙ୍ଗୁଠି କାଟିବା ଦ୍ୱାରା ମୃତ ବ୍ୟକ୍ତିର ଅଶାନ୍ତ ଆତ୍ମା ଦୂରେଇ ରୁହେ ବୋଲି ଥିବା ଅନ୍ଧବିଶ୍ବାସ ପାଇଁ ଏଭଳିି କରାଯାଏ। ଏହି ପ୍ରଥାକୁ ଇକିପାଲିନ୍ କୁହାଯାଏ। ଆଙ୍ଗୁଠି କାଟିବାର ଏହି ଅସାଧାରଣ ପ୍ରଥାକୁ ଇଣ୍ଡୋନେସିଆ ସରକାର କିଛି ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ। ହେଲେ ଏହି ଅଭ୍ୟାସ ଏବେବି ଗୁପ୍ତରେ ଚାଲୁଥିବା ନେଇ ସୂଚନା ମିଳିଛି।

The post ଜାଣନ୍ତୁ କାହିଁକି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ଏହି ଦେଶରେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ first appeared on Sambad.

from ବିଶେଷ | Sambad https://ift.tt/3pWvOta

Post a Comment

0 Comments