ପୃଥିବୀରେ ଗଛ ଅଧିକ ଅଛି ନା ଆକାଶରେ ତାରା? ଜାଣନ୍ତୁ କ’ଣ କହୁଛି ଅନୁସନ୍ଧାନ

ଗତ କିଛି ବର୍ଷ ଧରି ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଦୂଷଣ ପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ସରକାର, ପରିବେଶବିତ୍ ଏବଂ ପାଣିପାଗ ବିଜ୍ଞାନୀମାନେ ଚିନ୍ତିତ ଅଛନ୍ତି। ଗ୍ଲୋବାଲ ୱାର୍ମିଂକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନର ବାଟ ବାହାରିପାରି ନାହିଁ। କାର୍ବନ ଡାଇଅକ୍ସାଇଡର ନିର୍ଗମନ ବଢ଼ିବା, ଗଛ କଟାଯିବା ହେଉଛି ଗ୍ଲୋବାଲ୍ ୱାର୍ମିଂ ପାଇଁ ଦାୟୀ। ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ ଗଛ କଟା ଯାଉଥିବା ବେଳେ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉନଥିବାରୁ ପୃଥିବୀର ତାପମାତ୍ରା ବଢ଼ୁଛି। ଏହା ସହ ଜଙ୍ଗଲରେ ନିଆଁ ଲାଗିବା ମଧ୍ୟ ତାପମାତ୍ରା ବଢ଼ିବାର ଏକ ପ୍ରମୁଖ କାରଣ।

ତେବେ ଦୁନିଆରେ କେତେ ଗଛ ଅଛି ସେ ବିଷୟରେ କୌଣସି ଦେଶ କିମ୍ବା ସଂଗଠନ ଗଣନା କରିନାହାଁନ୍ତି। ହେ‌ଲେ ଆରଡି ଡଟ୍ କମ୍ ରିପୋର୍ଟ ଅନୁଯାୟୀ, କିଛି ବର୍ଷ ପୂର୍ବେ ଆମେରିକାର ୟେଲ ୟୁନିଭରସିଟି ବିଶ୍ବରେ କେତେ ଗଛ ଲଗାଯାଇଛି ତାହା ଅନୁସନ୍ଧାନ କରି ଜାଣିପାରିଥିବା ଦାବି କରିଥିଲା। ଏହି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ରିପୋର୍ଟ ପତ୍ରିକାରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ବିଶ୍ୱରେ ୩.୦୪ ଟ୍ରିଲିୟନ୍ ଗଛ ଥିବା ଦାବି କରାଯାଇଥିଲା। ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଥିଲା ଯେ ପୃଥିବୀରେ ଗଛ ସଂଖ୍ୟା ବର୍ତ୍ତମାନ ଅଧା ହୋଇସାରିଛି। କାରଣ ପୂର୍ବରୁ ଜଙ୍ଗଲରେ ଆବୃତ ହୋଇଥିବା ୟୁରୋପ ବର୍ତ୍ତମାନ ଚାଷ ଜମିରେ ବଦଳି ସାରିଛି। ବିଶ୍ୱରେ ପ୍ରତିବର୍ଷ ୧୫ବିଲିୟନ ଗଛ କଟାଯାଉଛି, କିନ୍ତୁ ଏହାର ପ୍ରତିବଦଳରେ କେବଳ ୫ବିଲିୟନ ନୂତନ ଚାରା ରୋପଣ କରାଯାଉଛି।

Knowledge News: धरती पर पेड़ ज्‍यादा हैं या गैलेक्‍सी में तारे? आपकी सोच से बिल्‍कुल अलग है जवाब
zeenews.india.com

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ ଯଦିଓ ଗଛ ସଂଖ୍ୟା ହ୍ରାସ ହେତୁ ସମଗ୍ର ବିଶ୍ୱ ଏତେ ଅସୁବିଧାର ସମ୍ମୁଖୀନ ହେଉଛି, ତଥାପି ପୃଥିବୀରେ ଗଛ ସଂଖ୍ୟା ଆକାଶରେ ଥିବା ତାରାମାନଙ୍କ ଅପେକ୍ଷା ଅଧିକ। ନାସାର ବିଶେଷଜ୍ଞମାନଙ୍କ ଅନୁଯାୟୀ, ଆକାଶରେ ତାରାଙ୍କ ସଂଖ୍ୟା ୧୦୦ବିଲିୟନରୁ ୪୦୦ବିଲିୟନ ମଧ୍ୟରେ ହୋଇପାରେ। ଏହି ଆକଳନ ଅନୁଯାୟୀ, ପୃଥିବୀର ଗଛ ଅପେକ୍ଷା ତାରାଙ୍କ ସଂଖ୍ୟା ବହୁତ କମ୍ ଅଟେ।

The post ପୃଥିବୀରେ ଗଛ ଅଧିକ ଅଛି ନା ଆକାଶରେ ତାରା? ଜାଣନ୍ତୁ କ’ଣ କହୁଛି ଅନୁସନ୍ଧାନ first appeared on Sambad.

from ବିଶେଷ | Sambad https://ift.tt/3GFEyKn

Post a Comment

0 Comments