ଯେତେ ଶୀଘ୍ର ଆପଣ ନିଜର ଖରାପ ଅଭ୍ୟାସ ଛାଡିବେ, ସେତେ ଆପଣଙ୍କ ପାଇଁ ଭଲ। ଏଠି ଆମେ ଟଙ୍କା ସଠିକ ଭାବରେ ଖର୍ଚ୍ଚ ନ କରିବାର ଅଭ୍ୟାସ ବିଷୟରେ କହୁଛୁ। ଅନେକ ଲୋକ ମାସକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିଲେ ବି ସେମାନଙ୍କର ଅଯଥା ଖର୍ଚ୍ଚ ପାଇଁ ସେମାନଙ୍କୁ ଅର୍ଥ ଅଭାବର ସାମ୍ନା କରିବାକୁ ପଡ଼େ।ପ୍ରାୟତଃ ଲୋକମାନେ ପର୍ବ ପର୍ବାଣୀ ଆସିଲେ ନିଜ ବଜେଟଠାରୁ ଅଧିକ ଖର୍ଚ୍ଚ କରନ୍ତି, ଯେଉଁଥିପାଇଁ ସେମାନଙ୍କୁ ପରେ ଅନୁତାପ କରିବାକୁ ପଡେ। ଆଜି ଆମେ ଆପଣଙ୍କୁ ସେହି ୫ଟି କାରଣ ବିଷୟରେ ଜଣାଇବୁ, ଯାହା ଲୋକଙ୍କୁ ଅର୍ଥ ଅଭାବର ସାମ୍ନା କରିବାକୁ ପଡ଼େ।
୧. ଅଧିକାଂଶ ଲୋକଙ୍କର ଅଧିକ ଖର୍ଚ୍ଚ କରିବାର ବଦଭ୍ୟାସ ଥିବାରୁ ସେମାନେ ଟଙ୍କା ସଞ୍ଚୟ କରିପାରନ୍ତି ନାହିଁ। ପୂର୍ବରୁ ଯୋଜନା ନକରି ଖର୍ଚ୍ଚ କରୁଥିବାରୁ ମାସ ଶେଷକୁ ସେମାନଙ୍କ ପକେଟ ଖାଲି ହୋଇଯାଇଥାଏ। ତେଣୁ, ସର୍ବପ୍ରଥମେ ପ୍ରତି ମାସରେ ଆୟ ଏବଂ ଖର୍ଚ୍ଚର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ତା’ପରେ ଅନାବଶ୍ୟକ ଖର୍ଚ୍ଚକୁ କମ କରିବା ପାଇଁ ଚେଷ୍ଟା କରନ୍ତୁ।
୨. ବ୍ୟକ୍ତିଗତ ଜୀବନ ହେଉ କିମ୍ବା ବିନିଯୋଗର ପଥ, କେବଳ ସଠିକ୍ ବାଟ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଟଙ୍କାକୁ ଦୁଇଗୁଣ କରିବା ପାଇଁ ଲୋକେ ତାକୁ ଅନ୍ୟ ସ୍ଥାନରେ ନିବେଶ କରନ୍ତି। ହେଲେ ବେଳେ ବେଳେ କୁଲ ସ୍ଥାନରେ ନିବେଶ ପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡ଼େ। ଅନ୍ୟ ଲୋକ କିମ୍ବା ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କେବେ ବି ବିନିଯୋଗ କରନ୍ତୁ ନାହିଁ। କାରଣ ପ୍ରତ୍ୟେକ ନିବେଶକଙ୍କ ଭିନ୍ନ ଲକ୍ଷ୍ୟ ରହିଛି। ଅନ୍ୟର ନିର୍ଦ୍ଦେଶରେ ବିନିଯୋଗ କରିବା ବୁଦ୍ଧିମାନର କାମ ନୁହେଁ। ତେଣୁ,ନିବେଶ ପୂର୍ବରୁ ସର୍ବପ୍ରଥମେ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ନିଅନ୍ତୁ, ଯାହା ଦ୍ବାରା ଆପଣ ଯେଉଁ ଲକ୍ଷ୍ୟ ହାସଲ ପାଇଁ ବିନିଯୋଗ କରୁଛନ୍ତି ତାହା ହାସଲ ହେବ କି ନାହିଁ? ତାହା ଜାଣିପାରିବେ।
୩. କିଛି ଲୋକ ଅତି ଦରକାର ନଥିଲେ ବି ଋଣ ନେଇଥାନ୍ତି। ଏଭଳି କରିବା ଭୁଲ। ଅତି ଦରକାର ନଥିଲେ କେବେ ବି ଋଣ ନିଅନ୍ତୁ ନାହିଁ।
୪. ଏବେ ଲୋକେ ପାଖରେ ଟଙ୍କା ନଥିଲେ ବି କ୍ରେଡିଟ କାର୍ଡ ସାହାଯ୍ୟରେ ସବୁ ଜିନିଷ କିଣିବାକୁ ସକ୍ଷମ ହେଉଛନ୍ତି। ଏଭଳି ହେବା ଦ୍ବାରା ଅନେକ ସମୟରେ ଜରୁରୀ ନଥିବା ଜିନିଷ ମଧ୍ୟ ଲୋକେ କିଣିଥାନ୍ତି, ଯାହା ସେମାନଙ୍କୁ ପରେ ଖର୍ଚ୍ଚାନ୍ତ କରାଇଥାଏ। ସେଥିପାଇଁ ଚିନ୍ତା କରି ଅତି ଦରକାର ଥିଲେ କ୍ରେଡିଟ କାର୍ଡ ବ୍ୟବହାର କରନ୍ତୁ ନାହିଁ।
୫. ଅନେକ ସମୟରେ ଲୋକମାନେ ବେପରୁଆ ଭାବରେ ନିଜର ଇଏମଆଇ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ଠିକ୍ ସମୟରେ ପୈଠ କରନ୍ତି ନାହିଁ ଏବଂ ଏହା ବ୍ୟାଙ୍କ ପାଇଁ ସବୁଠାରୁ ବଡ ଆୟର ଉତ୍ସ ହୋଇଯାଏ। ତେଣୁ ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ଦେୟ ଦେବାକୁ ଚେଷ୍ଟା କରନ୍ତୁ
The post ଏସବୁ କାରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆୟ କରି ମଧ୍ୟ ପାଖରେ ରହେ ନାହିଁ ଟଙ୍କା, ଏଭଳି କରନ୍ତୁ ସଞ୍ଚୟ first appeared on Sambad.from ବିଶେଷ | Sambad https://ift.tt/2Y4CcDi
0 Comments