ନୂଆଦିଲ୍ଲୀ: ଆଜିର ଦିନରେ ନିଜ ପରିବାର ଏବଂ ଏଦୁନିଆ ଛାଡ଼ି ଆର ପାରିକୁ ଚାଲିଯାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଆଜି ତାଙ୍କର ମୃତ୍ୟୁ ବାର୍ଷିକୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଭାବବିହ୍ବଳ କଲା ଭଳି ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଶେଷ ସମୟରେ ଇନ୍ଦିରା ଗାନ୍ଧୀ ତାଙ୍କୁ କ’ଣ କହିଥିଲେ ସେ ବିଷୟରେ ଜଣାଇଛନ୍ତି।
ଭିଡିଓରେ ୧୪ବର୍ଷୀୟ ରାହୁଲ ଗାନ୍ଧୀ ନିଜର ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଠିଆ ହୋଇ କାନ୍ଦୁଥିବାର ଦେଖାଯାଇଛି। ରାହୁଲ ଗାନ୍ଧୀ ଜଣାଇଛନ୍ତି ଯେ, ମୃତ୍ୟୁର ୩ଘଣ୍ଟା ପୂର୍ବରୁ ଜେଜେ ମା’ ମୋତେ ଡାକିଥିଲେ। ଯଦି ମୋ ସହ କିଛି ଅଘଟଣ ଘଟେ, ତେବେ କାନ୍ଦିବ ନାହିଁ ବୋଲି ସେ ମୋତେ କହିଥିଲେ ବି, ମୁଁ ସେ ସମୟରେ କିଛି ବୁଝିପାରିନଥିଲି। ଏହାର ୩ଘଣ୍ଟା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ। ତାଙ୍କ ଉପରେ ଆକ୍ରମଣ ହେବ ବୋଲି ବୋଧ ହୁଏ ସେ ଜାଣିପାରିଥିଲେ। ଥରେ ଆମେ ଖାଇବା ସମୟରେ ସେ ଆମ ସମସ୍ତଙ୍କୁ କହିଥିଲେ, ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ସବୁଠାରୁ ବଡ଼ ଅଭିଶାପ। ଦେଶ ପାଇଁ ମରିବା ସୌଭାଗ୍ୟର କଥା ବୋଲି ସେ କହିଥିଲେ, ଯାହାକୁ ମୁଁ ସେତେବେଳେ ବୁଛି ପାରିନଥିଲେ ବି ଏବେ ବୁଝି ପାରୁଛି।
The post ଆକ୍ରମଣ ବିଷୟରେ ଜାଣିପାରିଥିଲେ କି ଇନ୍ଦିରା ଗାନ୍ଧୀ? କାହିଁକି ମୃତ୍ୟୁର ୩ଘଣ୍ଟା ପୂର୍ବରୁ ରାହୁଲଙ୍କୁ କହିଥିଲେ ଏଭଳି କଥା first appeared on Sambad.from ବିଶେଷ | Sambad https://ift.tt/3brT9KV
0 Comments