
ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ପ୍ରମୁଖ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭାରତ ଟିକାକରଣ କ୍ଷେତ୍ରରେ ହାସଲ କରିଥିବା ମାଇଲଖୁଣ୍ଟର ପ୍ରଶଂସା କରିଛନ୍ତି। ଗତକାଲି ଭାରତ ୧୦୦ କୋଟି ଡୋଜ୍ ଟିକା ଦେବାର ସଫଳତା ହାସଲ କରିଛି। ଏହାପରେ ଗେଟ୍ସ ଆଜି ଟ୍ବିଟ କରି ଏହାର ଢେର୍ ପ୍ରଶଂସା କରିଛନ୍ତି। ବଡ଼ ଧରଣର ଉତ୍ପାଦନ କ୍ଷେତ୍ରରେ ଏହା ଭାରତର ସାମର୍ଥ୍ୟକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି।
ଭାରତ ୧୦୦ କୋଟି ଟିକା ଦେଇଥିବାରୁ ଏହା ଦେଶର ଉଦ୍ଭାବନ, ବଡ଼ ଧରଣର ଉତ୍ପାଦନ ସାମର୍ଥ୍ୟ ଏବଂ କୋୱିନ୍ ଜରିଆରେ କୋଟି କୋଟି ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମର ସଫଳତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି। ଗେଟ୍ସ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଟ୍ୟାଗ୍ କରି ଅଭିନନ୍ଦନ ଜଣାଇଛନ୍ତି। ଭାରତରେ ଟିକାକରଣର ସଫଳତା ପାଇଁ କଂଗ୍ରେସ ନେତା ଶଶି ଥରୁର୍ କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
The post ଟିକାକରଣ ନେଇ ପ୍ରଶଂସା କଲେ ବିଲ୍ ଗେଟ୍ସ: ଟିକାକରଣ ସଫଳତା ସାମର୍ଥ୍ୟର ପ୍ରମାଣ first appeared on Sambad.from ବିଶେଷ | Sambad https://ift.tt/3juvhdV
0 Comments