ଦେଶରେ ୨୩୨ ଦିନରେ ସବୁଠୁ କମ୍‌ ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୧୫,୭୮୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ସର୍ବାଧିକ ୮,୭୩୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୧୫୭୩, ତାମିଲନାଡ଼ୁରେ ୧୧୬୪ , ପଶ୍ଚିମବଙ୍ଗରେ ୮୩୩ ଏବଂ ମିଜୋରାମରେ ୭୩୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୮୨.୬ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ୫୫.୩୨ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୧,୭୫,୭୪୫। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୫୧ ପ୍ରତିଶତ। ଦେଶରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୧୮,୬୪୧। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୫,୧୪,୪୪୯। ଦେଶରେ ଆରୋଗ୍ୟ ହାର ୯୮.୧୬ ପ୍ରତିଶତ। ମାର୍ଚ୍ଚ ୨୦୨୦ ପରେ ଏହା ସର୍ବାଧିକ।

The post ଦେଶରେ ୨୩୨ ଦିନରେ ସବୁଠୁ କମ୍‌ ସକ୍ରିୟ ମାମଲା first appeared on Sambad.

from ବିଶେଷ | Sambad https://ift.tt/3m3Xyda

Post a Comment

0 Comments