ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଲେ ବର-ବଧୂ

କେରଳ: ଗତ ତିନିଦିନ ହେବ କେରଳରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହୋଇଛି। ଏହାଦ୍ବାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ବି ସୂଚନା ରହିଛି। ଏହାରି ଭିତରେ ବିବାହ ପାଇଁ ବର-ବଧୂ ଭୋଜିରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ମଣ୍ଡପରେ ପହଞ୍ଚିଥିବାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି।

ଆକାଶ ଓ ଐଶ୍ବର୍ଯ୍ୟା ପେଶରେ ଜଣେଜଣେ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ଦୁହେଁ କେରଳରେ ବସବାସ କରନ୍ତି। ନିକଟରେ ଦୁହିଁଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ କେରଳରେ ହୋଇଥିବା ପ୍ରବଳ ବର୍ଷା ହେତୁ ସବୁଆଡେ ପାଣି ଭରି ଯାଇଥିଲା। ଏଭଳି ପରିସ୍ଥିତିରେ ଦୁହେଁ ନିଜ ବିବାହକୁ ସ୍ଥଗିତ ନରଖି ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଥିଲେ। ସେଠାରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଆକାଶ ଓ ଐଶ୍ବର୍ଯ୍ୟାଙ୍କ ବିବାହ ହୋଇଥିଲା।

ନିଜର ବିବାହକୁ ନେଇ ନବଦମ୍ପତ୍ତି କହିଛନ୍ତି, କରୋନା ହେତୁ ସେମାନେ ବହୁତ କମ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ସୋମବାର ଦିନ ତାଙ୍କର ବିବାହ ତାରିଖ ଓ ସମୟ ସ୍ଥିର ହୋଇଥିଲା। ଏହା ଏକ ଶୁଭ କାମ ଥିବାରୁ ଏଥିରେ ବିଳମ୍ବ କରିବାର ନଥିଲା। ମନ୍ଦିର ଚାରିଆଡେ ପାଣି ଭରି ଯାଇଥିବାରୁ ଆମେ ଦୁହେଁ ଏଭଳି ହଣ୍ଡାରେ ବସି ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲୁ।

The post ଭୋଜି ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ହଣ୍ଡାରେ ବସି ବିବାହ ମଣ୍ଡପରେ ପହଞ୍ଚିଲେ ବର-ବଧୂ first appeared on Sambad.

from ବିଶେଷ | Sambad https://ift.tt/3lPo89G

Post a Comment

0 Comments