ମାନସିକ ପୂରଣ ପରେ ଭଗବାନଙ୍କୁ ରୁପା ଲାପଟପ ଦେଲେ ଭକ୍ତ

ଚି଼ତ୍ତୋରଗଡ଼: ବେଳେବେଳେ ଭକ୍ତମାନେ ନିଜର ଆରାଧ୍ୟ ଦେବତାଙ୍କ ପାଖରେ ଏମିତି କିଛି ଦାନ ଭାବରେ ଦେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ | ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଥିବା ଶ୍ରୀ ସାନୱାଲିଆ ଜୀଙ୍କ ମନ୍ଦିରକୁ ଜଣେ ଭକ୍ତ ଏଭଳି ଏକ ନିଆରା ବସ୍ତୁ ଦାନ କରିଛନ୍ତି ଯାହାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି | ମିଳିଥିବା ସୂଚନା ମୁତାବକ ଭକ୍ତ ଜଣକ ଶ୍ରୀ ସାନୱାଲିଆ ଜୀଙ୍କୁ ଏକ ରୁପା ଲାପଟପ ଦାନ ଆକାରରେ ଦେଇଛନ୍ତି | ଗତକାଲି ପି.ସିଂହ ନାମକ ଜଣେ ଭକ୍ତ ରୁପାରେ ନିର୍ମିତ ଏକ ଲାପଟପ୍ ଦାନ କରିଛନ୍ତି |

ଭକ୍ତ ତାଙ୍କର ଇଚ୍ଛାକୁ ଗୁପ୍ତ ରଖିଛନ୍ତି। ଭକ୍ତଙ୍କ ଦ୍ୱାରା ସାନୱାଲିଆ ଜୀଙ୍କୁ ପ୍ରଦାନ କରାଯାଇଥିବା ଏହି ଲାପଟପ୍ ସ୍ୱତନ୍ତ୍ର | କାରଣ ଏହା ରୁପାରେ ତିଆରି ହୋଇଥିବାବେଳେ ଏହାକୁ ତିଆରି କରିବା ପାଇଁ ସମୁଦାୟ ୨୯୪ ଗ୍ରାମ ରୁପା ବ୍ୟବହାର କରାଯାଇଛି | ଏହି ଲାପଟପରେ ଶ୍ରୀ ସାନୱାଲିଆ ଜୀଙ୍କ ଫଟୋ ସ୍କ୍ରିନରେ ପ୍ରଦର୍ଶିତ ହୋଇଛି | ସୂଚନାଯୋଗ୍ୟ ଯେ ମନ୍ଦିରକୁ ଅନେକ ସମୟରେ ଭକ୍ତମାନେ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଦାନ ସୂତ୍ରରେ ଦେଇଥାନ୍ତି |

ଦୁଇ ଦିନ ପୂର୍ବରୁ ଜଣେ ଭକ୍ତ ଏକ ରୁପା ଟ୍ରାକ୍ଟର ଦାନ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ଛଅ ଲକ୍ଷ ଟଙ୍କାରୁ ଅଧିକ ଥିଲା। ସୂଚନା ମୁତାବକ ସାନୱାଲିଆ ଜୀ ମନ୍ଦିରରେ ଭକ୍ତମାନେ ମାନସିକ ପୂରଣ ହେଲେ କଣ ଦାନରେ ଦେବେ ବୋଲି କହିଥାନ୍ତି | ଯେତେବେଳେ ମାନସିକ ପୂରଣ ହୁଏ ଭକ୍ତ ସେହି ଦାନ ମନ୍ଦିରକୁ ଦେଇଥାନ୍ତି | କିନ୍ତୁ ଦାନ ଦେଇଥିବା ଭକ୍ତ ସେମାନଙ୍କ ନାମ ସାର୍ବଜନୀନ କରନ୍ତି ନାହିଁ |

The post ମାନସିକ ପୂରଣ ପରେ ଭଗବାନଙ୍କୁ ରୁପା ଲାପଟପ ଦେଲେ ଭକ୍ତ first appeared on Sambad.

from ବିଶେଷ | Sambad https://ift.tt/3vn54Tq

Post a Comment

0 Comments