ପେନ ଆକାରର ଶିଶୁକୁ ଜନ୍ମ ଦେଇଥିଲେ ମହିଳା ! ଓଜନ ଥିଲା ୬୫୦ଗ୍ରାମ

ନୂଆଦିଲ୍ଲୀ: ବ୍ରିଟେନର ଜଣେ ମହିଳା ୬ମାସର ଅପରିପକ୍ବ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଶିଶୁର ଓଜନ ୬୫୦ ଗ୍ରାମ ରହିଥିଲା। ଯାହାର ଆକାର ପେନ ଭଳି ଥିଲା। ଶିଶୁର ଜନ୍ମକୁ ନେଇ ମା’ ସୋସିଆଲ ମିଡିଆରେ ନିଜର ଅନୁଭବ ବଖାଣିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଲିଭରପୁଲରେ ରହୁଥିବା କାରେନ ୨୦୧୭ରେ ଶିଶୁକୁ ଜନ୍ମ ଦେଇଥିଲେ। ଏହି ଶିଶୁଟି ମାତ୍ର ୨୩ ସପ୍ତାହ ଅର୍ଥାତ ୬ମାସର ହୋଇଥିଲା। ଜନ୍ମବେଳ ଶିଶୁର ଆକାର ଏକ ପେନ ଭଳି ଥିଲା।

କାରେନଙ୍କ କହିବାନୁସାରେ, ଏହି ଶିଶୁର ଜନ୍ମ ହେବା ପୂର୍ବରୁ ସେ ଏକ ବର୍ଷ ପୂର୍ବେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଉକ୍ତ ଶିଶୁକୁ ସେ ୨୨ ସପ୍ତାହରେ ଜନ୍ମ ଦେଇଥିଲେ। ତେବେ ଅପରିପକ୍ବ ହେତୁ ଶିଶୁ ବେଶୀ ଦିନ ଜୀବିତ ରହି ପାରି ନଥିଲା। ଶିଶୁର ମୃତ୍ୟୁ ପରେ କାରେନ ପୁଣି ଯେତେବେଳେ ସେମିତି ଅପରିପକ୍ବ ଶିଶୁକୁ ଜନ୍ମ ଦେଇଥିଲେ ସେ ଭୟଭୀତ ହୋଇ ଯାଇଥିଲେ।

ଏଥର ତାଙ୍କ ଗର୍ଭରୁ ଯେଉଁ ଶିଶୁ ଜନ୍ମ ନେଇଥିଲା ତାହାର ଓଜନ ମାତ୍ରା ୬୫୦ ଗ୍ରାମ ଥିଲା। ଯାହର ଆକାର ଏକ ପେନ ଭଳି ଥିଲା। ଜନ୍ମ ପରେ ଶିଶୁକୁ ପାଖାପାଖି ୧୩ମାସ ପର୍ଯ୍ୟନ୍ତ ଆଇସିୟୁରେ ରଖିବାକୁ ପଡ଼ିଥିଲା। କାରେନଙ୍କୁ ବି ସେତିକି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଶିଶୁକୁ ଏକବର୍ଷର ହେବା ପରେ ଯାଇ ହସ୍ପିଟାଲରୁ ଛୁଟି ମିଳିଥିଲା। ଶିଶୁ ଜଣକ ଏବେ ସୁସ୍ଥ ଥିବା ସହିତ ୪ବର୍ଷର ହୋଇଯାଇଛନ୍ତି।

The post ପେନ ଆକାରର ଶିଶୁକୁ ଜନ୍ମ ଦେଇଥିଲେ ମହିଳା ! ଓଜନ ଥିଲା ୬୫୦ଗ୍ରାମ first appeared on Sambad.

from ବିଶେଷ | Sambad https://ift.tt/3vuh5GH

Post a Comment

0 Comments