ସମୁଦ୍ରକୂଳରୁ ମିଳିଲା ରହସ୍ୟମୟ ଜୀବ!

ନୂଆଦିଲ୍ଲୀ: ସମୁଦ୍ରରେ ଲକ୍ଷ ଲକ୍ଷ ଜୀବ ବାସ କରନ୍ତି। ସମୁଦ୍ର ଭିତରେ ଥିବା ଜୀବଗୁଡ଼ିକ ବିଷୟରେ ଅନେକ ସମୟରେ ଟେଲିଭିଜନରେ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏବେ ବି ସମୁଦ୍ର ଭିତରେ ଏମିତି କିଛି ଜୀବ ଅଛନ୍ତି ଯାହା ବିଷୟରେ ମଣିଷ ଜାଣି ନାହିଁ। ନିକଟରେ ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ଏକ ରହସ୍ୟମୟ ଜୀବ ଦେଖିବାକୁ ମିଳିଛି। ଏହି ରହସ୍ୟମୟ ଜୀବକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କୁଇନ୍ସଲ୍ୟାଣ୍ଡର ୟେପୁନସ୍ଥିତ କେମ୍ପ ବିଚରେ ଲୋକମାନେ ବୁଲୁଥିବା ବେଳେ ଏହି ରହସ୍ୟମୟ ଜୀବକୁ ଦେଖିବାକୁ ପାଇଥିଲେ। ଏହାପରେ ଏହି ଜୀବର ଫଟୋକୁ ନେଟିଭ୍ ଆନିମଲ୍ସ ନାମକ ଏକ ଫେସବୁକ୍ ଗ୍ରୁପରେ ସେୟାର କରାଯାଇଥିଲା।

ଫେସବୁକ ଗ୍ରୁପରେ ଏହି ରହସ୍ୟମୟ ଜୀବର ଫଟୋ ସେୟାର କରି ଚାର୍ଲେନ ଗୁଇନେଥ ମେ ପ୍ରକାଶ କରିଛନ୍ତି ଯେ ଏହି ଜୀବକୁ ଯେଉଁ ପର୍ଯ୍ୟଟକ ଜଣକ ଦେଖିଛନ୍ତି ତାଙ୍କ କହିବା ଅନୁଯାୟୀ ଏହା ଏକ ଜେଲିଫିସ ପରି ଦେଖାଯାଉଥିଲା।

ଏହି ଘଟଣାକୁ ନେଇ ଅଷ୍ଟ୍ରେଲୀୟ ମେରାଇନ୍ ଷ୍ଟିଙ୍ଗର୍ ଆଡଭାଇଜରୀ ସେବାର ନିର୍ଦ୍ଦେଶକ ତଥା ଜେଲିଫିସ୍ ଆପର ସହ-ପ୍ରତିଷ୍ଠାତା ତଥା ସାମୁଦ୍ରିକ ଜୀବବିଜ୍ଞାନୀ ଡ. ଲିସା ଗେର୍ଶ୍ୱିନ୍ କହିଛନ୍ତି ଯେ ଏହା ଏକ ଲାୟନ୍ସ ମେନ ସିଆନିଆ ବାର୍କରି ଜେଲିଫିସ୍ ଅଟେ। ଏହା ସମଗ୍ର କୁଇନ୍ସଲ୍ୟାଣ୍ଡରେ ଦେଖିବାକୁ ମିଳେ। ଏହି ଜୀବର ଶରୀର ବାଦାମୀ ରଙ୍ଗର ହୋଇଥାଏ। ଯେଉଁ କାରଣରୁ ଏହା ‘ସିଆନିଆ’ ବୋଲି ମନେହୁଏ।

The post ସମୁଦ୍ରକୂଳରୁ ମିଳିଲା ରହସ୍ୟମୟ ଜୀବ! first appeared on Sambad.

from ବିଶେଷ | Sambad https://ift.tt/3v75m0w

Post a Comment

0 Comments