
ଆମେ ଆମର ପ୍ରାପ୍ତବୟସ୍କ ଉଚ୍ଚତା ହାସଲ କଲା ପରେ ଆଉ ସେଥିରେ ବୃଦ୍ଧି ଘଟିନଥାଏ। ଅର୍ଥାତ୍ ଆମକୁ ୨୨ରୁ ୨୫ ବର୍ଷ ବେଳେ ଆମେ ଆହରଣ କରିଥିବା ଉଚ୍ଚତା ସେତିକିରେ ସ୍ଥିର ହୋଇ ରହିଥାଏ। ମାତ୍ର ଭୂପୃଷ୍ଠରୁ କୃତ୍ରିମ ଉପଗ୍ରହରେ ଅନ୍ତରୀକ୍ଷ ଯାତ୍ରା କରୁଥିବା ମହାକାଶଚାରୀମାନେ ଅପେକ୍ଷାକୃତ ଡେଙ୍ଗା ହୋଇଯାଆନ୍ତି। ଶୁଣିବାକୁ ଏହା ଅଦ୍ଭୁତ ଲାଗୁଥିଲେ ବି ବିଭିନ୍ନ ଅନୁଧ୍ୟାନରୁ ଏହା ନିଶ୍ଚିତ ହୋଇଛି। ବିଶେଷ କରି ମହାକାଶରେ ସ୍ଥାପିତ ଆନ୍ତର୍ଜାତିକ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରରେ ଦୀର୍ଘ ସମୟ କାଟୁଥିବା ମହାକାଶଚାରୀମାନଙ୍କ କ୍ଷେତ୍ରରେ ଏପରି ଘଟିଥାଏ। ସେଠାରେ ଅବସ୍ଥାନ କାଳ ଭିତରେ ସେମାନଙ୍କ ନିଜ ଉଚ୍ଚତାର ପ୍ରାୟ ୩ ପ୍ରତିଶତ ବଢ଼ିଥାଆନ୍ତି ବୋଲି ଜଣାଯାଇଛି। ଅନ୍ତରୀକ୍ଷରେ ସେମାନେ କୌଣସି ପ୍ରକାର ମାଧ୍ୟାକର୍ଷଣ ବଳ ରହିତ ପରିବେଶରେ ସମୟ କାଟୁଥିବାରୁ ଏପରି ହେଉଥିବା ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏଥିପାଇଁ ସଂପୃକ୍ତ ମହାକାଶଚାରୀମାନେ ସେଠାରେ ପିଠି ଯନ୍ତ୍ରଣା ଅନୁଭବ କରିଥାନ୍ତି। ଶୂନ ମାଧ୍ୟାକର୍ଷଣ ବଳରେ ସମୟ କାଟିବା ଅବସରରେ ସେମାନଙ୍କ ସୁଷୁମ୍ନା ଥାଳିଆଗୁଡ଼ିକ ଫୁଲିଯାଇ ଏପରି ଯନ୍ତ୍ରଣା ଦେଇଥାଏ। ତେବେ ସେମାନେ ଭୂପୃଷ୍ଠକୁ ଫେରି ଆସିବାର କିଛି ଦିନ ପରେ ପୁଣି ନିଜର ପୁରୁଣା ଉଚ୍ଚତା ଆହରଣ କରିଥାନ୍ତି।
The post ମହାକାଶରେ ବଢ଼େ ଉଚ୍ଚତା first appeared on Sambad.from ବିଶେଷ | Sambad https://ift.tt/3FG6qNR
0 Comments