ବିମାନରେ ବସିଥିବା ସମୟରେ ହଠାତ ବାପାଙ୍କୁ ପାଇଲଟ ପୋଷାକରେ ଦେଖି ଏଭଳି ପ୍ରତିକ୍ରିୟା ଦେଲା ଝିଅ

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ଯିବାକୁ ଥିବା ଗୋଏୟାର ବିମାନରେ ବସିଥିବା ଜଣେ ଛୋଟ ଝିଅକୁ ଏଭଳି ସରପ୍ରାଇଜ ମିଳିଥିଲା କି ସେ ଖୁସିରେ ଝୁମି ଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଛୋଟ ଝିଅର ନାମ ସନାୟା ମୋତିହାର । ସେ ବିମାନରେ ତାର ବାପାକୁ ହଠାତ ପାଇଲଟ ପୋଷାକରେ ଦେଖି ଖୁସିରେ ହାତ ମିଳାଇ ହାଏ କରିଥିଲା। ଯେତେବେ‌ଳେ ଝିଅଟି ଜାଣିଲା କି ସେ ଯେଉଁ ବିମା‌ନରେ ଯାତ୍ରା‌ କରୁଛି ସେହି ବିମାନର ପାଇଲଟ ହେଉଛନ୍ତି ତାର ବାପା ସେ ଖୁସି ହୋଇଯାଇଥିଲା । ଭିଡିଓରେ ଆପଣ ସନାୟାଙ୍କୁ ତାଙ୍କ ବାପାଙ୍କୁ “ପାପା” ବୋଲି ଡାକୁଥିବା ଶୁଣିବାକୁ ପାଉଥିବେ। ସେ କକପିଟ ଦ୍ୱାରରେ ଠିଆ ହୋଇଥିଲେ ।

 

 

View this post on Instagram

 

A post shared by Shanaya Motihar (@shanaya_motihar)

ଏହି ଭିଡିଓ ସନାୟାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରାଯାଇଛି, ଯାହା ତାଙ୍କ ମା ଦ୍ୱାରା ପରିଚାଳିତ । ଭିଡିଓର କ୍ୟାପସନରେ ଲେଖାଥିଲା, “ପାପାଙ୍କ ସହ ମୋର ପ୍ରଥମ ବିମାନ … ସେ ମୋର ବିମାନକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ମୁଁ ତାଙ୍କୁ ଦେଖି ବହୁତ ଉତ୍ସାହିତ ଥିଲି … ଏହା ମୋର ସର୍ବଶ୍ରେଷ୍ଠ ବିମାନ ଥିଲା। ଲଭ୍ ୟୁ ପାପା।”

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ୨ ଲକ୍ଷରୁ ଅଧିକ ଲାଇକ୍ ପାଇଛି । ଏହି ଭିଡିଓ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି।

The post ବିମାନରେ ବସିଥିବା ସମୟରେ ହଠାତ ବାପାଙ୍କୁ ପାଇଲଟ ପୋଷାକରେ ଦେଖି ଏଭଳି ପ୍ରତିକ୍ରିୟା ଦେଲା ଝିଅ first appeared on Sambad.

from ବିଶେଷ | Sambad https://ift.tt/3lCnA6V

Post a Comment

0 Comments