କାହା ଉପରେ ବୋଝ ନହୋଇ କଲମ ବିକି ନିଜ ପେଟକୁ ଦୁଇମୁଠା ଦାନା ଦେଉଛନ୍ତି ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଅନେକ ଲୋକଙ୍କ ଜୀବନରେ ଏକ ଭରସା ହୋଇ ମୁଣ୍ଡ ଟେକିଛି। ସୋସିଆଲ ମିଡିଆରେ ଭାଇରାଲ୍ ପୋଷ୍ଟ ବ୍ୟତୀତ ଏହିପରି ଅନେକ ପୋଷ୍ଟ ଥାଏ ଯାହାକି ହୃଦୟସ୍ପର୍ଶୀ ହୋଇଥାଏ। ନିକଟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ପୋଷ୍ଟରେ ଜଣେ ବୃଦ୍ଧ ମହିଳା ଜୀବିକା ପାଇଁ କଲମ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।

ଏହି ବୃଦ୍ଧ ମହିଳାଙ୍କ ନାମ ହେଉଛି ରତନ। ରତନ ପୁଣେର ଏମଜି ରୋଡରେ କଲମ ବିକ୍ରି କରନ୍ତି। ଏହି ପୋଷ୍ଟକୁ ରାଜ୍ୟସଭା ସାଂସଦ ବିଜୟାସାଇ ରେଡ୍ଡି ଭି ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ ସେ ଏକ ସୂଚନା ମଧ୍ୟ ସେୟାର କରିଛନ୍ତି।

 

ସୂଚନାରେ ସେ ଲେଖିଛନ୍ତି- ‘ମୁଁ ଭିକ ମାଗିବାକୁ ଚାହେଁ ନାହିଁ। ଦୟାକରି ୧୦ ଟଙ୍କାରେ କଲମ କିଣି ନିଅନ୍ତୁ । ଧନ୍ୟବାଦ, ଆଶୀର୍ବାଦ। ‘ ଏହି ଟ୍ୱିଟକୁ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

 

The post କାହା ଉପରେ ବୋଝ ନହୋଇ କଲମ ବିକି ନିଜ ପେଟକୁ ଦୁଇମୁଠା ଦାନା ଦେଉଛନ୍ତି ବୃଦ୍ଧା first appeared on Sambad.

from ବିଶେଷ | Sambad https://ift.tt/3aPZr6U

Post a Comment

0 Comments