
ଜୋବଟ ଆଲିରାଜପୁର: ନିର୍ବାଚନ ସମୟରେ ରାଜନେତାଙ୍କ ବିଭିନ୍ନ ପ୍ରକାର ଫଟୋ ସାମ୍ନାକୁ ଆସିଥାଏ। ଏହା ଏକ ସାଧାରଣ କଥା। କିନ୍ତୁ ମଧ୍ୟପ୍ରଦେଶରୁ ନିର୍ବାଚନ ସମୟରେ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।
କେବଳ ଏତିକି ନୁହେଁ, ଏହି ଫଟୋକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ନିଜର ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ ବି କରିଛନ୍ତି। ମା’ଙ୍କ ମମତା ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାକୁ ଏକାଠି ଦର୍ଶାଉଥିବା ଏହି ଚିତ୍ର ମଧ୍ୟପ୍ରଦେଶର ଜୋବଟ ଆଲିରାଜପୁରରୁ ସାମ୍ନାକୁ ଆସିଛି ।
अलीराजपुर यात्रा के दौरान मैंने देखा कि डीएसपी मोनिका सिंह अपनी डेढ़ वर्ष की बेटी को बेबी कैरियर बैग में लिए ड्यूटी पर तैनात थीं।
अपने कर्तव्य के प्रति उनका यह समर्पण अभिनंदनीय है। मध्यप्रदेश को आप पर गर्व है।
मैं उन्हें अपनी शुभकामनाएं और लाडली बिटिया को आशीर्वाद देता हूं। pic.twitter.com/XFk7h2yxyY
— Shivraj Singh Chouhan (@ChouhanShivraj) October 20, 2021
ମଧ୍ୟପ୍ରଦେଶର ଜୋବଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଅଛି। ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବୁଧବାର ସେଠାକୁ ଯାଇଥିଲେ। ଯେଉଁ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କଲା ସେଠାରେ ଡିଏସପି ମୋନିକା ସିଂ ଡ୍ୟୁଟିରେ ଥିଲେ। ଡ୍ୟୁଟି କରୁଥିବା ସମୟରେ ଡିଏସପି ମୋନିକା ସିଂଙ୍କ ସହିତ ତାଙ୍କ ଦେଢ଼ ବର୍ଷର ଝିଅ ମାୟରା ବି ଥିଲା।

ଯେତେବେଳେ ଶିବରାଜ ସିଂ ଚୌହ୍ବାନ ମୋନିକାଙ୍କ ସହ ତାଙ୍କର ଦେଢ଼ ବର୍ଷର ଝିଅକୁ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ନିଜକୁ ମୋନିକା ସିଂ ଏବଂ ତାଙ୍କ ଶିଶୁ କନ୍ୟାଙ୍କ ପାଖକୁ ଯିବାକୁ ଅଟକାଇ ପାରି ନଥିଲେ। ସେ ମୋନିକା ସିଂ ଏବଂ ତାଙ୍କ ଝିଅଙ୍କୁ ଡାକି ଉଭୟଙ୍କ ସହିତ ଫଟୋ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ମୋନିକାଙ୍କ ଡିୟୁଟି ପ୍ରତି ଥିବା କର୍ତ୍ତବ୍ୟ ଓ ନିଷ୍ଠାକୁ ଦେଖି ପ୍ରଶଂସା କରିଥିଲେ।
ତେବେ କୁହାଯାଉଛି କି ଝିଅ ମାୟରାଙ୍କୁ ଦେଖିବା ପାଇଁ ସେହି ସମୟରେ ମୋନିକା ସିଂଙ୍କ ପରିବାରରେ କେହି ନଥିଲେ। ଏପଟେ ତାଙ୍କ ଡିୟୁଟି ବି ରହିଥିଲା। ତେଣୁ ସେ ତାଙ୍କର ଦେଢ଼ବର୍ଷର ଝିଅକୁ ଘରେ ଏକା ଛାଡ଼ି ପାରି ନଥିଲେ। ମୋନିକା ସିଂ ଉଭୟ ଦାୟିତ୍ବକୁ ସଠିକ ଭାବେ ପରିଚାଳନା କରିଥିଲେ।
The post ଦେଢ଼ ବର୍ଷର ଝିଅକୁ ଧରି ଡିୟୁଟି କରୁଥିବା ଡିଏସପିଙ୍କୁ ଭେଟିବାକୁ ଗଲେ ମୁଖ୍ୟମନ୍ତ୍ରୀ first appeared on Sambad.
from ବିଶେଷ | Sambad https://ift.tt/3DU9aWe
0 Comments