କାରରୁ ଓହ୍ଲାଇ ପଡ଼ି ବୃଦ୍ଧଙ୍କ ସହ ଚଟାଣରେ ବସି ମଜା କରୁଛନ୍ତି ଆଇଏଏସ

ନୂଆଦିଲ୍ଲୀ: ଆଇଏଏସ ଅଧିକାରୀଙ୍କ ସ୍ଥାନ କିପରି ହୋଇଥାଏ, ତାହା ଆମେ ସମସ୍ତେ ଜାଣିଛେ। ଆପଣ କେବେ ଦେଖିଛନ୍ତି କି କୌଣସି ଆଇଏଏସ ଭୂମିରେ ବସି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର? ନିକଟ‌ରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଜଣେ ଆଇଏଏସ ଚଟଣାରେ ବସି ଜଣେ ବୃଦ୍ଧଙ୍କ ସହିତ ବହୁତ ଖୁସିରେ କଥା ହେଉଥିବା ସହ ତାଙ୍କ ଦୁଃଖ ପଚାରି ବୁଝୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଫଟୋକୁ ଆଇଏଏସ୍ ରମେଶ ଘୋଲାପ ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋ ଦେଖିବା ପରେ ଲୋକେ ଆଇଏଏସ୍ ରମେଶଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି।

 

ଏହି ଫଟୋରେ ଆପଣ ଦେଖି ପାରୁଥି‌ବେ କି ଆଇଏଏସ୍ ରମେଶ ଘୋଲାପ ତାଙ୍କ ଇନୋଭା କାରରୁ ବାହାରି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଚଟାଣରେ ବସି ମଜା କରୁଛନ୍ତି । ଏହି ସମୟରେ ଆଇଏଏସ୍ ରମେଶ ଘୋଲାପଙ୍କ ଅଙ୍ଗରକ୍ଷୀମାନେ କାର ଭିତରେ ବସି ଉଭୟ କଥାବାର୍ତ୍ତା ଶୁଣୁଥିଲେ।

ଫଟୋ ସେୟାର କରି ଆଇଏଏସ୍ ଅଧିକାରୀ ରମେଶ ଘୋଲାପ କ୍ୟାପସନରେ ଲେଖିଛନ୍ତି- ମୋ ଅଭିଜ୍ଞତା କହେ, ମାଟିରେ ପାଦ ଦୃଢ଼ଭାବେ ଜମି ରହେ, କିନ୍ତୁ ମାର୍ବଲରେ ପାଦ ଖସିଯାଏ।

 

 

The post କାରରୁ ଓହ୍ଲାଇ ପଡ଼ି ବୃଦ୍ଧଙ୍କ ସହ ଚଟାଣରେ ବସି ମଜା କରୁଛନ୍ତି ଆଇଏଏସ first appeared on Sambad.

from ବିଶେଷ | Sambad https://ift.tt/3E2V9p7

Post a Comment

0 Comments