ଦୃଷ୍ଟିହୀନ ହୋଇ ବି ଦେଖନ୍ତୁ କିପରି ଗରମ ତେଲରେ କଦଳୀ ଚିପ୍ସ ଛାଣୁଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: କଠିନ ପରିଶ୍ରମ ଏବଂ ନିଷ୍ଠା କଦାପି ବୃଥା ଯାଏନାହଁ, ବୋଲି କଥାରେ ରହିଛି। ସୋସିଆଲ ମିଡିଆରେ ଜଣେ ଦୃଷ୍ଟିହୀନ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

ଭାଇରାଲ ହୋ‌ଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ତଥାପି ପ୍ରତିଦିନ କଠିନ ପରିଶ୍ରମ କରୁଛନ୍ତି। ବୃଦ୍ଧଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓକୁ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ସଂସ୍କାର ଖେମାନି ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓକୁ ଏଯାବତ ୧୨ ମିଲିୟନରୁ ଅଧିକ ଥର ଦେଖାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଛୋଟ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ଏହି ବୃଦ୍ଧଙ୍କର ନାସିକର ମଖମଲାବାଦ ରୋଡରେ କଦଳୀ ଚିପ୍ସ ଷ୍ଟଲ୍ ରହିଛି। ତେବେ ଦୃଷ୍ଟିଶକ୍ତି ହରାଇବା ପରେ ବି ସେ ହାର ମାନି ନାହାନ୍ତି। କଦଳୀ ଚିପ୍ସକୁ କାଟି ଛାଣିବା ପାଇଁ ଗରମ ତେଲରେ ପକାଉଛନ୍ତି । ତେଲରୁ ବାହାର କରିବା ପରେ ତାଙ୍କର ଜଣେ ହେଲପର ଉକ୍ତ ଚିପ୍ସକୁ ମସଲା ସହିତ ମିଶାଇ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରୁଛନ୍ତି।

ଭିଡିଓ ମାଧ୍ୟମରେ ସଂସ୍କାର ବୃଦ୍ଧଙ୍କ ଆଖିର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି “ଏହି ବୃଦ୍ଧଙ୍କୁ ନମସ୍କାର। ଯଦି ଆପଣ ନାସିକରେ ରହୁଛନ୍ତି, କି କାହାରିକୁ ଜାଣିଛନ୍ତି ଏହି ବୃଦ୍ଧଙ୍କ ଠାରୁ ଚିପ୍ସ କିଣିବାକୁ ଅନୁରୋଧ କରନ୍ତୁ। ଆମେ ସମସ୍ତେ ମିଶି ବୃଦ୍ଧଙ୍କ ଆଖିର ରଶ୍ମିକୁ ଫେରାଇ ଆଣିବା।’

The post ଦୃଷ୍ଟିହୀନ ହୋଇ ବି ଦେଖନ୍ତୁ କିପରି ଗରମ ତେଲରେ କଦଳୀ ଚିପ୍ସ ଛାଣୁଛନ୍ତି ବୃଦ୍ଧ first appeared on Sambad.

from ବିଶେଷ | Sambad https://ift.tt/3Fzpv43

Post a Comment

0 Comments