ଦେଖନ୍ତୁ କିପରି ମଣିଷଙ୍କ ଭଳି ପୋଷାକ ଧୋଉଛି ସିମ୍ପାଞ୍ଜି

ନୂଆଦିଲ୍ଲୀ:  ସିମ୍ପାଞ୍ଜି କିମ୍ବା ମାଙ୍କଡ ଆମର ପୂର୍ବଜ ବୋଲି ପିଲାଟି ବେଳରୁ ଶୁଣି ଆସିଛୁ। ତେବେ ଅନେକ ଲୋକ ଏହା ସହ ସହମତ ଥିବା ବେଳେ ଆଉ କେତେକ ଲୋକ ଏଥିରେ ସହମତ ନୁହଁନ୍ତି । କିନ୍ତୁ ସିମ୍ପାଞ୍ଜି କିମ୍ବା ମାଙ୍କଡଙ୍କ କାମକୁ ଦେଖିବା ପରେ ଲାଗିଥାଏ ‌ଯେ ପ୍ରକୃତରେ ଏମାନେ ଆମର ପୂର୍ବଜ ଥିଲେ। ନିକଟରେ ସିମ୍ପାଞ୍ଜିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିମ୍ପାଞ୍ଜିର ଏହି ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିଛି।

 

 

View this post on Instagram

 

A post shared by Sachin Sharma (@helicopter_yatra_)

ଭାଇରାଲ୍ ଭିଡିଓରେ ଏକ ସିମ୍ପାଞ୍ଜି ମଣିଷ ପରି ସାବୁନରେ ପୋଷାକ ଧୋଉଥିବାର ଦେଖିବାକୁ ମିଳିଛି। ସେ ଏପରି ଭାବରେ ପୋଷାକକୁ ଧୋଉଛି ଯେମିତି ଲାଗିଛୁ କେହିଜଣେ ମଣିଷ ଧୋଉଛି ବୋଲି। ସିମ୍ପାଞ୍ଜି ପ୍ରଥମେ କପଡାକୁ ପାଣିରେ ବୁଡ଼ାଉଛି।  ତା’ପରେ ଏହାକୁ ହାତରେ ଘସି ଧୋଉଛି। ଏହାପରେ ସାବୁନ୍ ଲାଗାଇ ଫେଣ କରି ଧୋଉଛି। ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ବିଭନ୍ନ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

 

The post ଦେଖନ୍ତୁ କିପରି ମଣିଷଙ୍କ ଭଳି ପୋଷାକ ଧୋଉଛି ସିମ୍ପାଞ୍ଜି first appeared on Sambad.

from ବିଶେଷ | Sambad https://ift.tt/3FEd3QT

Post a Comment

0 Comments