
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା କଠୋର ବ୍ୟବସ୍ଥା ସତ୍ତ୍ୱେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏକ ପ୍ରମୁଖ ସମସ୍ୟା ହୋଇ ରହିଛି | ଏହାର ସମାଧାନ ପାଇଁ ଭାରତୀୟ ରେଳ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି। ଏହା ଅଧୀନରେ, ଏକ ପକେଟ ଆକାରର ବାଓଡିଗ୍ରେଡିବୁଲ ପାଉଚ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଜଣେ ଚାହିଁଲେ ନିଜ ଛେପ-ଖଙ୍କାର ପକାଇପାରିବେ |
ଏହି ପାଉଚ ଆବର୍ଜନା ସୃଷ୍ଟି କରିବ ନାହିଁ ବରଂ ଏଥିରୁ ଗଛଟିଏ ସୃଷ୍ଟି ହେବ | ଏକ ଆକଳନ ଅନୁଯାୟୀ, ଭାରତୀୟ ରେଳବାଇକୁ ଟ୍ରେନରେ ଲାଗିଥିବା ପାନ ଛେପ ଦାଗକୁ ଛଡ଼ାଇବାକୁ ପ୍ରତିବର୍ଷ ୧୨୦୦ କୋଟି ଟଙ୍କା ଏବଂ ବହୁ ପରିମାଣର ଜଳ ଖର୍ଚ୍ଚ କରିବାକୁ ପଡିଥାଏ । ଆଉ ଯାତ୍ରୀ ଯେଭଳି ପାନ ଛେପ ପକାଇବେ ନାହିଁ ସେଥିପାଇଁ ରେଳବାଇ ଏକ ଷ୍ଟାର୍ଟଅପ କମ୍ପାନୀ ‘ଇଜିସ୍ପିଟ’ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି | ଏହି ପାଉଚ ବିକ୍ରୟ ପାଇଁ ୪୨ଟି ଷ୍ଟେସନରେ ଭେଣ୍ଡିଂ ମେସିନ୍ ସ୍ଥାପନ କରାଯାଉଛି | ଏହି ମେସିନରୁ ପାଉଚ୍ ୫ ରୁ ୧୦ ଟଙ୍କାରେ କିଣାଯାଇପାରିବ | ପଶ୍ଚିମ, ଉତ୍ତର ଏବଂ କେନ୍ଦ୍ରୀୟ ରେଳପଥରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି | ଏହି ପାଉଚଗୁଡିକ ସହଜରେ ପକେଟରେ ରଖାଯାଇପାରିବ | ଏଥିରେ ଯାତ୍ରୀମାନେ ଯେତେବେଳେ ଚାହିଁବେ ଛେପ ପକାଇ ପାରିବେ |
ସୂଚନା ମୁତାବକ ଏହି ପାଉଚରେ ମାକ୍ରୋମୋଲ୍ୟୁକୁଲ୍ ପଲ୍ପ ବୈଶିଷ୍ଟ୍ୟ ରହିଛି | ଅର୍ଥାତ ଏହି ପାଉଚରେ ଏଭଳି ପଦାର୍ଥ ରହିଛି ଯାହାକି ଲାଳରେ ଥିବା ବ୍ୟାକ୍ଟେରିଆକୁ ମାରିଦେବ | ଏହି ପାଉଚକୁ ୧୫ ରୁ ୨୦ ଥର ବ୍ୟବହାର କରାଯାଇପାରିବ | ପାଉଚରେ ଏକ ବିହନ ମଧ୍ୟ ରହିବ ଏବଂ ଯେତେବେଳେ ଏହି ପାଉଚକୁ ଫୋଫାଡିଦିଆଯିବ ସେତେବେଳେ ଏଥିରୁ ଗଛଟିଏ ସୃଷ୍ଟି ହେବ |
The post ଛେପ ଯୋଗୁଁ ଅସନା ହେବନି ପରିବେଶ, ଉଠିବ ଗଛ: ଭାରତୀୟ ରେଳ ଆରମ୍ଭ କରିବାକୁ ଯାଉଛି ଏଭଳି ଯୋଜନା first appeared on Sambad.from ବିଶେଷ | Sambad https://ift.tt/3AnEbzG
0 Comments