ମୃତ ଏଲିଏନକୁ ଦେଖିବା ପାଇଁ ଆମେରିକା ଯାଇଥିଲେ ଆଇନଷ୍ଟାଇନ!

ନୂଆଦିଲ୍ଲୀ: ଏଲିଏନର ଉପସ୍ଥିତିକୁ ନେଇ ଆମେରିକା ସହିତ ଅନେକ ଦେଶ ଚର୍ଚ୍ଚା କରୁଛି। ଏହି କ୍ରମରେ ଏକ ଅଡିଓ ଟେପ ସାମ୍ନାକୁ ଆସିଛି। ଏହି ଅଡିଓ ଟେପରେ ଦାବି କରାଯାଇଛି କି, ଦୁନିଆର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନଙ୍କୁ ମୃତ ଏଲିଏନର ଶବ ଦେଖାଇବା ପାଇଁ ଆମେରିକା ନିଆ ଯାଇଥିଲା।

ଟେପରେ ହୋଇଥିବା ବାର୍ତ୍ତାଳାପରେ ଦାବି କରାଯାଇଛି କି,  ପ୍ରତିଭାଶାଳୀ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ ବ୍ରିଟେନରୁ ଗୁପ୍ତଚର ଏଜେଣ୍ଟ ଦ୍ବାରା ୧୯୪୭ରେ ନ୍ୟୁ ମେକ୍ସିକୋର ରୋସବେଲରେ ଏକ ଦୁର୍ଘଟଣାଗ୍ରସ୍ତ ୟୁଏଫଓର ଧ୍ବଂସାବଶେଷର ଯାଞ୍ଚ କରିବା ପାଇଁ ପଠା ଯାଇଥିଲା। ସେଠାରେ ଏଲିଏନ ବି ଥିବା କୁହାଯାଉଛି। ଆଇନଷ୍ଟାଇନ ଓ ତାଙ୍କ ସହଯୋଗୀ ଡା ସର୍ଲି ରାଇଟଙ୍କୁ ୟୁଏଫଓର ମୃତଦେହ ଓ ଦୁର୍ଘଟଣାସ୍ଥଳ ଯାଞ୍ଚ କରିବା ପାଇଁ ସରକାରୀ ନିର୍ଦେଶ ଆଧାରରେ ସାଇଟକୁ ପଠାଯାଇଥିଲା।

ଯେଉଁ ଅଡିଓ ଟେପ ସାମ୍ନାକୁ ଆସିଛି। ସେଥିରେ ସର୍ଲିଙ୍କ ସହିତ କଥାବର୍ତ୍ତାର ରେକର୍ଡ ରହିଛି। ସେ ସେଦିନର ଘଟଣା ବିଷୟରେ ବଖାଣି କହିଛନ୍ତି।

The post ମୃତ ଏଲିଏନକୁ ଦେଖିବା ପାଇଁ ଆମେରିକା ଯାଇଥିଲେ ଆଇନଷ୍ଟାଇନ! first appeared on Sambad.

from ବିଶେଷ | Sambad https://ift.tt/3D2QCm0

Post a Comment

0 Comments