ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଏଭଳି ଟୁଇଟ କଲେ ସଲମାନ ଖାନ୍

ମୁମ୍ବାଇ: ମୁମ୍ବାଇ:  ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି । ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ । ତେବେ ମୃତ୍ୟୁ ଖବର ପାଇ ଏବେ ଟୁଇଟ ଯୋଗେ ଶ୍ରଦ୍ଧ‌ାଞ୍ଜଳି ଦେଇଛନ୍ତି ବଲିଉଡ ଅଭିନେତା ସଲମାନ ଖାନ।

ନିଜ ଫିଲ୍ମ ସୁଟିଂ ପାଇଁ ସଲମାନ ବିଦେଶରେ ଥିବା ‌ବେଳେ ବିଳମ୍ବରେ ତାଙ୍କୁ ସୁଦ୍ଧାର୍ଥଙ୍କ ମୃତ୍ୟୁ ଖବର ମିଳିଥିଲା। ମୃତ୍ୟୁ ଖବର ପାଇ ସେ ଆଶ୍ଚର୍ଯ୍ୟ ହେବା ସହ ଏବେ ଟୁଇଟ ଯୋଗେ ତାଙ୍କୁ ଶ୍ରଦ୍ଧ‌ାଞ୍ଜଳି ଦେଇଛନ୍ତି। ଟୁଇଟରେ ଲେଖାଯାଇଛି ଯେ, ଶୀଘ୍ର ଚାଲିଗଲ ସିଦ୍ଧାର୍ଥ .. ତୁମେ ମନେ ପଡ଼ିବ। ତୁମ ପରିବାର ପ୍ରତି ସମବେଦନା।

ସିଦ୍ଧାର୍ଥଙ୍କ ସହ ସଲମାନଙ୍କର ସ୍ବତନ୍ତ୍ର ସଂପର୍କ ରହିଥିଲା, ଯାହା ରିୟାଲିଟି ସୋ’ ବିଗ୍ ବସରେ ଦେଖିବାକୁ ମିଳିଥିଲା।

The post ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇ ଏଭଳି ଟୁଇଟ କଲେ ସଲମାନ ଖାନ୍ first appeared on Sambad.

from ବିଶେଷ | Sambad https://ift.tt/2WMRBa5

Post a Comment

0 Comments