ସୁଟିଂ ସେଟରେ ମିଳିଥିଲା ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର, ଶେହନାଜଙ୍କ ଅବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ତାଙ୍କ ବାପା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି । ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ମିଡିଆରେ ଖବର ପ୍ରକାଶ ପାଇବା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ପ୍ରଥମେ ସିଦ୍ଧାର୍ଥଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଶେହନାଜ ଗିଲଙ୍କୁ ଖବର ମିଳିଥିଲା। ସେ ସୁଟିଂ ପାଇଁ ବାହାରେ ଥିବା ବେଳେ ହଠାତ୍ ସୁଟିଂ ସେଟରୁ ଚାଲିଆସିଥିଲେ। ପ୍ରଥମେ କେହି କିଛି ଜାଣି ପାରିନଥିବା ବେଳେ ପରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ବିଷୟରେ ଜାଣିବାକୁ ପାଇଥିଲେ।

Sidharth Shukla requests fans to not defame close friend Shehnaaz Gill; pleads, 'You don't need to shame her' - Times of India
Times of India

ତେବେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପାଇବ‌ା ପରେ ଶେହନାଜଙ୍କ ଅବସ୍ଥା ଏବେ କିଭଳି ରହିଛି, ସେ ବିଷୟରେ ଜଣାଇଛନ୍ତି ତାଙ୍କ ବାପା। ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ କଥା ହେବା ଅବସ୍ଥାରେ ନାହିଁ | ଯାହା ଘଟିଛି ମୁଁ ବିଶ୍ବାସ କରିପାରିବି ନାହିଁ। ଶେହନାଜଙ୍କ ସହ କଥା ହୋଇଥିଲେ କି ବୋଲି ପଚରାଯିବାରୁ ସେ କହିଥିଲେ ଯେ, ମୁଁ ଶେହନାଜ ସହ କଥା ହୋଇଛି। ସେ ଏବେ କଥା ହେବା ଅବସ୍ଥାରେ ନାହାନ୍ତି। ମୋ ପୁଅ ଶେହବାଜ ତାଙ୍କୁ ସମ୍ଭାଳିବାକୁ ମୁମ୍ବାଇ ବାହାରି ଯାଇଛନ୍ତି। ମୁଁ ପରେ ଯିବି। “

The post ସୁଟିଂ ସେଟରେ ମିଳିଥିଲା ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର, ଶେହନାଜଙ୍କ ଅବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ତାଙ୍କ ବାପା first appeared on Sambad.

from ବିଶେଷ | Sambad https://ift.tt/3naMtbl

Post a Comment

0 Comments