
ମୁମ୍ବାଇ: ମଣିଷ ଜୀବନ ଆଜି ଅଛି କାଲିକି ନାହିଁ । କେତେବେଳେ କ’ଣ ହେବ କେହି କହିପାରିବେନି । ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ଆଜି ଏହି କଥା ଭାବିବାକୁ ବାଧ୍ୟ କରିଛି । ଗତକାଲି ସମ୍ପୂର୍ଣ୍ଣ ଠିକ୍ ଥିଲେ ସିଦ୍ଧାର୍ଥ । ଗତକାଲି ରାତିରେ ଶୋଇବା ପୂର୍ବରୁ ସେ କିଛି ଔଷଧ ଖାଇଥିଲେ, ହେଲେ ଆଜି ସକାଳୁ ଆଉ ଉଠିନଥିଲେ । ପରେ ପରିବାର ଲୋକେ ତାଙ୍କୁ ସକାଳ ପ୍ରାୟ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ, ଶୋଇବା ଅବସ୍ଥାରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ତେବେ ପ୍ରାଥମିକ ରିପୋର୍ଟରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର।
ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ମାତ୍ର ୪୦ ବର୍ଷ ବୟସରେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି। କେହି ଏହି ଖବରକୁ ବିଶ୍ବାସ କରିବାକୁ ରାଜି ନୁହନ୍ତି। ସୋସିଆଲ ମିଡିଆରେ ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ବଲିଉଡ ଓ ଟିଭି ଜଗତ ଏହି ଖବରକୁ ନେଇ ସ୍ତବ୍ଧ ହୋଇଯାଇଛି। ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ର ବିଜେତା ହୋଇଥିଲେ । ଏହି ସୋ’ ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢ଼ିଥିଲା। ଏପରିକି କିଛି ଦିନ ତଳେ ଏକ ଡାନ୍ସ ରିୟାଲିଟି ସୋ’ରେ ସିଦ୍ଧାର୍ଥ ଶୁକ୍ଲା ଅତିଥି ହୋଇ ଆସିଥିଲେ । ଏଥିରେ ତାଙ୍କ ସହ ତାଙ୍କ ବନ୍ଧୁ ଶେହନାଜ ଗିଲ ମଧ୍ୟ ନଜର ଆସିଥିଲେ।
The post ମୃତ୍ୟୁ ପୂର୍ବରୁ ଏଭଳି ଥିଲା ସିଦ୍ଧାର୍ଥଙ୍କ ଶେଷ ରାତି, ଶୋଇଥିବା ଅବସ୍ଥାରେ ଚାଲିଯାଇଥିଲା ଜୀବନ first appeared on Sambad.from ବିଶେଷ | Sambad https://ift.tt/3DCPJlo
0 Comments