ତମାଖୁ ଦୋକାନୀଙ୍କ ପୁଅ ଦ୍ବିତୀୟ ଥର ପାସ କଲା ୟୁପିଏସସି

ନୂଆଦିଲ୍ଲୀ: ବିହାରର ନୱାଦା ଜିଲ୍ଲାର ବାସିନ୍ଦା ଅରବିନ୍ଦ କୁମାରଙ୍କ ପୁଅ  ନିରଞ୍ଜନ କୁମାର ପୁଣିଥରେ କମାଲ୍ କରିଛନ୍ତି। ସେ ଚାରିବର୍ଷର ବ୍ୟବଧାନ ପରେ ଦ୍ୱିତୀୟଥର ୟୁପିଏସସି ପରୀକ୍ଷାରେ ୫୩୫ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିରଞ୍ଜନ ଖୁବଶୀଘ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ତେବେ ଏହା ପୂର୍ବରୁ ନିରଞ୍ଜନ ୨୦୧୬ରେ ୭୨୮ସ୍ଥାନ ହାସଲ କରି ଆଇଆରଏସ୍ ଚାକିରି ପାଇଥିଲେ। ଏବେ ସେ ଦିଲ୍ଲୀରେ ଆୟକର ବିଭାଗରେ ଡେପୁଟି କମିଶନର ଅଛନ୍ତି।

ବିହାର ନୱାଦା ଜିଲ୍ଲାର ପକରୀବାରୱାନ ଗାଁରେ ନିରଞ୍ଜନ ଓ ତାଙ୍କ ପରିବାର ବସବାସ କରନ୍ତି। ନିରଞ୍ଜନ ବାପାଙ୍କ ଏକ ଛୋଟ ତମାଖୁ ଦେକାନ ରହିଥିଲା। ଏଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳାଇବା କଷ୍ଟ ହେଉଥିଲା। ଘରର ପରିସ୍ଥିତି ଠିକ୍ ନଥିଲା।

ଟଙ୍କା ଅଭାବରୁ ପାଠପଢ଼ିବା ପାଇଁ ନିରଞ୍ଜନଙ୍କୁ କଷ୍ଟ ହେଉଥିଲା। ସୌଭାଗ୍ୟବଶତଃ ଏହି ସମୟରେ ତାଙ୍କର ନବୋଦୟ ବିଦ୍ୟାଳୟରେ ସିଲେକ୍ସନ୍ ହୋଇ ଯାଇଥିଲା। ଏଠାରୁ ଦଶମ ପାସ କରିବା ପରେ ସେ ଇଣ୍ଟର ପାଠପଢ଼ା ପାଇଁ ପାଟନା ଯାଇଥିଲେ। ସେହି ସମୟରେ ବି ତାଙ୍କୂ ଅର୍ଥବାଧକ ସାଜିଥିଲା। ତେଣୁ ସେ ପିଲାଙ୍କୁ ପାଠପଢ଼ାଇ ଯେତିକି ରୋଜଗାର କରୁଥିଲେ ସେଥିରେ ସେ ନିଜ ପାଠଖର୍ଚ୍ଚ ତୁଲାଉଥିଲେ।

The post ତମାଖୁ ଦୋକାନୀଙ୍କ ପୁଅ ଦ୍ବିତୀୟ ଥର ପାସ କଲା ୟୁପିଏସସି first appeared on Sambad.

from ବିଶେଷ | Sambad https://ift.tt/3o5FNvr

Post a Comment

0 Comments