ପାଠପଢ଼ିବା ପାଇଁ ପ୍ରତିଦିନ ଘରଘର ବୁଲି ଖବରକାଗଜ ବାଣ୍ଟୁଛି ଶିଶୁ

ନୂଆଦିଲ୍ଲୀ: ଯେତେ ବି ଅସୁବିଧା ଥାଉ ଯାହାକୁ ଜିତିବାର ଥାଏ ସେ ଜିତିକି ହିଁ ରହିଥାଏ। ଏମିତି କେତେଜଣ ଅଛନ୍ତି ଯେଉଁମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସମସ୍ତ ବାଧାବିଘ୍ନର ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଦିନେ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥାଆନ୍ତି।

ଆଜି ଆମେ ଆପଣମାନଙ୍କୁ ଏପରି ଜଣେ ପୁଅର କାହାଣୀ କହିବୁ, ଯାହାକୁ ଶୁଣିଲେ ଆପଣଙ୍କ ମନ ବି କହିବ ଆହାରେ…। ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ତେଲେଙ୍ଗାନାରେ ବସବାସ କରନ୍ତି। ତାଙ୍କର ଜିଦ ହେଉଛି ଦୁନିଆରେ ତାଙ୍କ ନାମକୁ ଉଜ୍ଜ୍ୱଳ କରିବା, ଏଥିପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେ ।

ପ୍ରତିଦିନ ସକାଳେ ସେ ଲୋକଙ୍କ ଘରେ ଖବରକାଗଜ ବାଣ୍ଟନ୍ତି। ଖବରକାଗଜ ବାଣ୍ଟି ସାରିବା ପରେ ଘରେ ଆସି ପାଠପଢ଼ନ୍ତି। । ଅର୍ଥାତ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ଖବରକାଗଜ ବାଣ୍ଟି ଦୁଇପଇସା ରୋଜଗାର କରିବା ସହିତ ପାଠପଢ଼ା ବି ଜାରି ରଖିଛନ୍ତି।

 

ଏହି ଶିଶୁର ନାମ ହେଉଛି ଜୟ ପ୍ରକାଶ। ସେ ତେଲେଙ୍ଗାନାର ଜଗତିୟଲର ବାସିନ୍ଦା । ଜୟ ପ୍ରକାଶ ପ୍ରତିଦିନ ସକାଳେ ଲୋକଙ୍କ ଘରେ ଖବରକାଗଜ ବାଣ୍ଟିବା କାମ କରନ୍ତି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ତାଙ୍କ ଅଫିସିଆଲ ଟ୍ୱିଟରରେ ସେୟାର କରିଛନ୍ତି। ସେୟାର୍ କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି – ଜାଗତିୟଲ୍ ସହରର ଏହି ଭିଡିଓ ମନ କିଣି ନେଇଛି।| ଏକ ସରକାରୀ ବିଦ୍ୟାଳୟରେ ପାଠପଢ଼ୁଥିବା ଏହି ଶିଶୁର ନାମ ହେଉଛି ଜୟ ପ୍ରକାଶ। ଏହି ଶିଶୁର ଆତ୍ମବିଶ୍ୱାସ ଏବଂ ସଠିକ୍ ଚିନ୍ତାଧାରା ପ୍ରଶଂସନୀୟ ।

ରାଓ ଆହୁରି ଲେଖିଛନ୍ତି ଯେ ପିଲାଟି କହୁଛି କି, ‘କାମ କରିବା ସମୟରେ ଅଧ୍ୟୟନର କ’ଣ କ୍ଷତି? ଏହା ତାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ।’

ଏହି ଭିଡିଓରେ ଜୟ ପ୍ରକାଶ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଛନ୍ତି | ଯେତେବେଳେ ଜୟ ପ୍ରକାଶଙ୍କୁ ପଚରାଗଲା ତୁମେ କ’ଣ କରୁଛ, ଏହାର ଉତ୍ତରରେ ସେ କହିଥିଲେ ଅଧ୍ୟୟନ ସହିତ ମୁଁ ମଧ୍ୟ ଏକ କାମ କରୁଛି | ଏଥିରେ କୌଣସି କ୍ଷତି ନାହିଁ | ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି | ଏପର୍ଯ୍ୟନ୍ତ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏଥିସହ ୩.୫ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି।

The post ପାଠପଢ଼ିବା ପାଇଁ ପ୍ରତିଦିନ ଘରଘର ବୁଲି ଖବରକାଗଜ ବାଣ୍ଟୁଛି ଶିଶୁ first appeared on Sambad.

from ବିଶେଷ | Sambad https://ift.tt/2XRJmtT

Post a Comment

0 Comments