
ନୂଆଦିଲ୍ଲୀ: ୧୪ ବର୍ଷର ପିଲାଠାରୁ ଆପଣ କ’ଣ ଆଶା କରିପାରନ୍ତି? ଏହା ନା, କି ସେ ସ୍କୁଲ ଯାଉ, ଅଧ୍ୟୟନ କରୁ, ସାଙ୍ଗମାନଙ୍କ ସହିତ ଖେଳୁ । କିନ୍ତୁ ଯେତେବେଳେ ସେହି ୧୪ବର୍ଷର ପିଲା ଉପରେ ପରିବାରର ଦାୟିତ୍ବ ଆସିବ ସେ କ’ଣ କରିବ?
ସୋସିଆଲ ମିଡିଆରେ ଏଭଳି ଏକ ହୃଦୟସ୍ପର୍ଶୀ କାହାଣୀ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ରେଳ ଷ୍ଟେସନ ନିକଟରେ ନିଜ ପରିବାର ଚଳାଇବା ପାଇଁ ଜଣେ ୧୪ ବର୍ଷର ବାଳକ କଚୋଡ଼ି ବିକ୍ରି କରୁଛି । ସୋସିଆଲ ମିଡିଆରେ ବାଳକର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇଯାଉଛନ୍ତି। ଏହି ବାଳକକୁ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆରେ ଆବେଦନ କରାଯାଉଛି।
Do help him He is just 14 years old & selling Dahi Kachori only at 10/-
Location:opposite Maninagar Railway station Ahmedabad
So proud Need this to be share and help him!He Is Just 14 Years oldhelping his family and working hard on it #localforvocal @aditiraval @sanghaviharsh pic.twitter.com/JoOmjEUPTA
— Vishal Parekh
(@vishal_dop) September 22, 2021
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା ଏକ ଠେଲାରେ ବାଳକ ତିଆରି କରୁଛନ୍ତି। ନିକଟସ୍ଥ ଲୋକମାନେ ପିଲାଠାରୁ କଚୋଡ଼ି କିଣି ଖାଉଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ପିଲାଟି କିଛି କହୁଛି । ତେବେ ପାଖରେ ବାଜୁଥିବା ସଂଗୀତ ହେତୁ ପିଲାଟି କ’ଣ କହୁଛି ତାହା ସଠିକ ଭାବେ ଶୁଣାଯାଇ ପାରୁନାହିଁ। ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନେକ ପ୍ରତିକ୍ରିୟା ଦେବା ସହିତ ପୂର୍ବ ଅପେକ୍ଷା ପିଲାଟିର ଠେଲାରେ ଏବେ ଅଧିକ ଭିଡ ଜମୁଛି।
The post ନିଜ ପରିବାର ଚଳାଇବା ପାଇଁ ୧୪ ବର୍ଷର ବାଳକ ବିକ୍ରି କରୁଛି କଚୋଡ଼ି first appeared on Sambad.from ବିଶେଷ | Sambad https://ift.tt/3CK12qE
helping his family and working hard on it
(@vishal_dop)
0 Comments