ଯାତ୍ରୀବାହୀ ବସ ସାମ୍ନାକୁ ଆସି ଆକ୍ରମଣ କଲା ଦନ୍ତା; ଉପସ୍ଥିତ ବୁଦ୍ଧି ଖଟାଇ ଚାଳକ ଶାନ୍ତ କଲେ ହାତୀର ରାଗ

ନୂଆଦିଲ୍ଲୀ: ଲୋକମାନେ ହାତୀର ମଜାଳିଆ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ବେଳେବେଳେ ହାତୀମାନେ ମଣିଷ ପାଇଁ ବିପଦଜନକ ପାଲଟି ଯାଆନ୍ତି । ଏମିତି ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ହାତୀଟି ଏକ ଯାତ୍ରୀବାହୀ ବସ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ତେବେ ବସ ଚାଳକ ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ବିଚଳିତ ନହୋଇ ହାତୀର ରାଗକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଚାଳକଙ୍କ ଏଭଳି ଉପସ୍ଥିତ ବୁଦ୍ଧି ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ପ୍ରଶଂସା କରୁଛନ୍ତି।

 

ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁପ୍ରିୟା ସାହୁ ସେପ୍ଟେମ୍ବର ୨୫ରେ ଟ୍ୱିଟରରେ ସେୟାର କରିଥିଲେ। ସେ କହିଛନ୍ତି ଯେ ଏହି ଘଟଣା ନୀଳଗିରିରୁ ସାମ୍ନାକୁ ଆସିଛି। ଯେଉଁ ବସ ଉପରେ ହାତୀଟି ଆକ୍ରମଣ କରିଥିଲା ସେହି ବସ୍ ଚାଳକ ହାତୀକୁ ଭୟଭୀତ ଓ ବିବ୍ରତ କରିବା ପରିବର୍ତ୍ତେ ହାତୀର କ୍ରୋଧକୁ ଶାନ୍ତ କରି ଯାତ୍ରୀମାନଙ୍କୁ ସୁରକ୍ଷା ଦେଇଥିଲେ।

ଭିଡିଓର କ୍ୟାପସନରେ ସୁପ୍ରିୟା ସାହୁ ଲେଖିଛନ୍ତି, ମୁଁ ନୀଳଗିରିର ଏହି ସରକାରୀ ବସ୍ ଚାଳକଙ୍କୁ ମୋର ହୃଦୟରୁ ସମ୍ମାନ କରୁଛି। ହାତୀଟି ବସର ଗ୍ଲାସ ଭାଙ୍ଗି ଆକ୍ରମଣ କଲାବେଳେ ମଧ୍ୟ ସେ ନିଜ ଉପରୁ ଭରସା ହଟାଇ ନଥିଲେ। ଏଭଳି ଏକ ଘଟଣାରେ ସେ ଯାତ୍ରୀମାନଙ୍କୁ ଧୌର୍ଯ୍ୟ ଧରି ରହିବାକୁ କହିଥିଲେ। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ୬୮ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି।

The post ଯାତ୍ରୀବାହୀ ବସ ସାମ୍ନାକୁ ଆସି ଆକ୍ରମଣ କଲା ଦନ୍ତା; ଉପସ୍ଥିତ ବୁଦ୍ଧି ଖଟାଇ ଚାଳକ ଶାନ୍ତ କଲେ ହାତୀର ରାଗ first appeared on Sambad.

from ବିଶେଷ | Sambad https://ift.tt/2Wjuzb8

Post a Comment

0 Comments