
ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଇଥାଏ। କରୋନା ମହାମାରୀ ସମୟରେ ଡାକ୍ତର ନିଜର ସମସ୍ତ ଦୁଃଖ କଷ୍ଟ ଭୁଲି ରୋଗୀଙ୍କ ସେବାରେ ଲାଗି ପଡ଼ିଥିଲେ। କରୋନା କାଳରେ ହସ୍ପିଟାଲରେ ଦିନରାତି ଏକ କରି ଡାକ୍ତର କିପରି ରୋଗୀଙ୍କ ସେବା କରୁଥିଲେ ତାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିକଟରେ ଡାକ୍ତର ଓ ରୋଗୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ହସିହସି ବେଦମ ହୋଇଯିବେ।
View this post on Instagram
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଡାକ୍ତର ରୋଗୀଙ୍କ ପାଖରେ ପିପିଇ କିଟ ପିନ୍ଧି ପହଞ୍ଚିଯାଉଛନ୍ତି। ତେବେ ରୋଗୀ ଡାକ୍ତରଙ୍କୁ ଧଳା ପୋଷାକରେ ଦେଖି ଭୂତଭୂତ ବୋଲି ଚିତ୍କାର କରୁଛନ୍ତି।। ରୋଗୀଙ୍କ ଚିତ୍କାର ଶୁଣି ତାଙ୍କ ପାଖରେ ଥିବା ଅନ୍ୟ ରୋଗୀ ବି ଭୟଭୀତ ହୋଇଯାଉଛନ୍ତି। ଏହାପରେ ଅନ୍ୟ ଡାକ୍ତର ସବୁ ଏକାଠି ହୋଇ ରୋଗୀଙ୍କୁ ବୁଝାଇବାକୁ ଲାଗୁଛନ୍ତି। କି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତରମାନଙ୍କୁ ଏଭଳି ପୋଷାକ ପିନ୍ଧିବାକୁ ପଡ଼ୁଛି। ଏହି ଭିଡିଓକୁ ଗିଡ୍ଡା କମ୍ପାନି ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଯାହାକୁ ଦେଖି ଲୋକ ମଜାଦାର ପ୍ରତିକ୍ରିୟା ବି ଦେଉଛନ୍ତି।
The post ଡାକ୍ତରଙ୍କୁ ଦେଖି ଭୂତଭୂତ ବୋଲି ଡାକ ଛାଡ଼ିଲେ ରୋଗୀ: ଭିଡିଓ ଦେଖି ଆପଣ ବି ହସିବାକୁ ଲାଗିବେ first appeared on Sambad.from ବିଶେଷ | Sambad https://ift.tt/3zQPaCb
0 Comments