ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ ଏଭଳି ମେସେଜ ଆସୁଥିଲେ ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି। ଲୋକେ ଦିନକୁ ଦିନ ସତର୍କ ହେଉଥିଲେ ମଧ୍ୟ କିଛି ଲୋକ ଏବେ ବି ଠକେଇର ଶିକାର ହେଉଥିବା ଦେଖାଯାଉଛି। ସାଇବାର ଠକ ଲୋକଙ୍କୁ ଠକିବା ପାଇଁ ପ୍ରତିଦିନ ନୂଆ ନୂଆ ବାଟ ଆପଣାଉଥିବା ବେଳେ ନିର୍ଦ୍ଦୋଷ ଲୋକମାନେ ସେମାନଙ୍କ ଜାଲରେ ପଡ଼ୁଛନ୍ତି। ମାତ୍ର କେଇ ସେକେଣ୍ଡରେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ହରାଉଛନ୍ତି ଲୋକେ।

ଏବେ ସାଇବର ଠକମାନେ ଲୋକଙ୍କ ବିଶ୍ବାସ ଜିତିବା ପାଇଁ ସରକାରୀ ଯୋଜନାର ସାହାରା ନେଉଛନ୍ତି। ସରକାରୀ ଯୋଜନାର ଲାଭ ପାଇବା ନେଇ ଲୋଭ ଦେଖାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ। ଏବେ ମଧ୍ୟ ସେଭଳି କିଛି ଘଟୁଥିବା ସାମ୍ନାକୁ ଆସିଛି। କିଛି ଲୋକଙ୍କ ପାଖକୁ ଏବେ ସରକାରୀ ଯୋଜନା ଅଧିନରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ମେସେଜ ଆସୁଛି। ମେସେଜ ସହିତ ଏବେ ଲିଙ୍କ ମଧ୍ୟ ଆସୁଛି, ଯାହା ଉପରେ କ୍ଲିକ କରିବା ପାଇଁ କୁହାଯାଉଛି। ଲିଙ୍କ ଉପରେ କ୍ଲିକ କଲେ ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା କଟୁଥବାର ଅଭିଯୋଗ ହୋଇଛି।

ଏଭଳି ଅନେକ ଅଭିଯୋଗ ଆସିବା ପରେ ସରକାରୀ ଫ୍ୟାକ୍ଟ ଚେକ୍ ଏଜେନ୍ସି ପିଆଇବିଫ୍ୟାକ୍ଟଚେକ୍ ଲୋକଙ୍କୁ ଚେତାବନୀ ଦେଇଛି ଯେ, ଏହି ବାର୍ତ୍ତା ସଂପୂର୍ଣ୍ଣ ନକଲି। ଏହାର ଶିକାର ହୁଅନ୍ତୁ ନାହିଁ। ଲୋକଙ୍କୁ ଠକିବା ପାଇଁ ଏହା ଏକ ନୂଆ ବାଟ। ସରକାର ଏଭଳି  ଯୋଜନା କରିନାହାନ୍ତି ଏବଂ ସରକାର କେବେବି କାହାକୁ ଏହିପରି ବାର୍ତ୍ତା ପଠାନ୍ତି ନାହିଁ। ଆପଣ ଏହି ବାର୍ତ୍ତା ମାଧ୍ୟମରେ ଠକାମୀର ଶିକାର ହୋଇପାରନ୍ତି, ତେଣୁ ଏହିପରି ବାର୍ତ୍ତାକୁ ନେଇ ସତର୍କ ରୁହନ୍ତୁ।

The post ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ ଏଭଳି ମେସେଜ ଆସୁଥିଲେ ହୋଇଯାନ୍ତୁ ସତର୍କ first appeared on Sambad.

from ବିଶେଷ | Sambad https://ift.tt/3n2nZRd

Post a Comment

0 Comments