କାନ୍ଥ ଭାଙ୍ଗି ଶିଶୁ ଉପରେ ପଡ଼ି ଯାଉଥିବା ବେଳେ ମା’ ଏପରି ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ମା’ ଓ ସନ୍ତାନର ସମ୍ପର୍କ ଏକ ନିଆରା ସମ୍ପର୍କ। ନିଜ ସନ୍ତାନର ପ୍ରତ୍ୟେକ ଇଚ୍ଛାକୁ ପୂରଣ କରିବା ପାଇଁ ମା’ ଯଥାସମ୍ଭବ ଚେଷ୍ଟା କରିଥାଏ। ଏମିତିକି ସନ୍ତାନ ଉପରକୁ ବିପଦ ଆସିଲେ ମା’ ନିଜ ଜୀବନ ଦେବାକୁ ପଛାଇ ନଥାଏ। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି।

ଏହି ଭିଡିଓରେ ଜଣେ ମା’ ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଇଥି‌ଲେ। ଏହି ଭିଡିଓ ଦେଖିବା ପରେ, ଆପଣ କହିବେ ଯେ ଏହି ମା’ କୌଣସି ସୁପରହିରୋ ଠାରୁ କମ୍ ନୁହଁନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି – ଦୁନିଆକୁ ମା’ର ଆବଶ୍ୟକତା ରହିଛି ।


ଏହି ୧୬ ସେକେଣ୍ଡର ଭିଡିଓ କ୍ଲିପରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ତାଙ୍କ ଛୋଟ ପିଲା ସହିତ କାନ୍ଥ ପାଖରେ ବସିଛନ୍ତି । ହଠାତ୍ ସେ ଅନୁଭବ କରୁଛନ୍ତି କି କାନ୍ଥଟି ଖସିବାକୁ ଯାଉଛି । ସେ କାନ୍ଥକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ, କାନ୍ଥଟି ଆଖି ପିଛୁଳାକେ ଖସି ପଡ଼ୁଛି। ତେଣୁ ମହିଳା ଜଣକ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ନିଜ ପିଠି ଦେଖାଇ ଦେଇଥିଲେ। ସବୁଯାକ ଇଟା ମହିଳାଙ୍କ ପିଠି ଉପରେ ପଡ଼ିଥିଲେ ହେଁ ସେ ଶିଶୁକୁ ସାମାନ୍ୟ ଆଘାତ ବି ଲାଗିବାକୁ ଦେଇ ନଥିଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

 

The post କାନ୍ଥ ଭାଙ୍ଗି ଶିଶୁ ଉପରେ ପଡ଼ି ଯାଉଥିବା ବେଳେ ମା’ ଏପରି ବଞ୍ଚାଇଲେ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3u7FYqZ

Post a Comment

0 Comments