
ମଧୁବାନି: ବିହାରର ମଧୁବାନି ଜିଲ୍ଲାର ଏକ କୋର୍ଟ ମହିଳାଙ୍କୁ ଅସଦାଚରଣ କରୁଥିବା ଅପରାଧରେ ଦୋଷୀକୁ ଏକ ଅନନ୍ୟ ଦଣ୍ଡାଦେଶ କରିଛନ୍ତି। ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇବ। ଏଥିସହିତ ଉକ୍ତ ପୋଷାକଗୁଡ଼ିକୁ ଇସ୍ତ୍ରୀ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତ ଲଲନ କୁମାର ସଫିକୁ ଜାମିନ ପ୍ରଦାନ କରିବା ସହିତ ଅତିରିକ୍ତ ଜିଲ୍ଲା ଜଜ୍ ଅବିନାଶ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ଚଳିତ ବର୍ଷ ଏପ୍ରିଲରୁ ଜେଲରେ ଥିଲା। ସେ ପୋଷାକ ଧୋଇବା କାମ କରିଥାଏ। ଏଥିସହିତ ସମାଜର ସେବା କରିବାକୁ ଇଚ୍ଛା ରଖିଛି। ଆବେଦନକାରୀର ଓକିଲ ଏହା ମଧ୍ୟ କହିଛନ୍ତି ଯେ ଅଭିଯୋଗକାରୀ ଘଟଣାର ସମାଧାନ ପାଇଁ ରାଜି ଅଛନ୍ତି। ଏ ସମ୍ପର୍କରେ ଏକ ଆଫିଡେଭିଟ୍ ସଂଲଗ୍ନ କରାଯାଇଛି।
ଏହା ପରେ କୋର୍ଟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରୁଥିବା ବେଳେ ଆଗାମୀ ୬ମାସ ପର୍ଯ୍ୟନ୍ତ ସେ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇ ତାକୁ ଇସ୍ତ୍ରୀ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଅସଦାଚରଣ ମାମଲାରେ ଜିଲ୍ଲା କୋର୍ଟ ଦ୍ୱାରା ଅଭିଯୁକ୍ତକୁ ଦିଆଯାଇଥିବା ଏହି ନିର୍ଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି।
The post ଅସଦାଚରଣ ମାମଲାକୁ ନେଇ କୋର୍ଟଙ୍କ ଅନନ୍ୟ ଆଦେଶ, ଅଭିଯୁକ୍ତ ମହିଳାମାନଙ୍କ ପୋଷାକ ଧୋଇବା ସହିତ ଇସ୍ତ୍ରୀ ବି କରିବ first appeared on Sambad.from ବିଶେଷ | Sambad https://ift.tt/3zAEW87
0 Comments