ବିମାନ ଲ୍ୟାଣ୍ଡିଂ ଗିୟରରେ ଲୁଚି ୬୭୦୦ କିଲୋମିଟର ଯାତ୍ରା କରିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ନିକଟରେ ଆଫଗାନିସ୍ତାନରୁ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଆମେରିକା ବିମାନରେ ଅନେକ ଆଫଗାନିସ୍ତାନର ଲୋ‌କେ ତାଲିବାନ କବଳରୁ ବଞ୍ଚିବା ପାଇଁ ପଳାଇ ଆସିଥିଲେ। ଆଉ କିଛି ଜଣ ସ୍ଥାନ ନମିଳିବାରୁ ବିମାନର କକପିଟ ଓ ଦ୍ବାରକୁ ଧରି ଛିଡା ହୋଇ ଯାଇଥି‌ଲେ। ବିମାନ ଉଡ଼ିବା ସମୟରେ ଭାରସାମ୍ୟ ହରାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହାର ଏକ ଭୟାବହ ଭିଡିଓ ବି ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଦେଖିବା ପରେ କେହି ବିଶ୍ବାସ କରି ପାରି ନଥିଲେ କି ଲୋ‌କେ ଜୀବନ ବଞ୍ଚାଇବାକୁ ଏପରି ବି କରି ପାରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ବିମାନ ଲ୍ୟାଣ୍ଡିଂ ଗିୟରରେ ଲୁଚି ଜଣେ ଭାରତୀୟ ୬୭୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଏହି ଦୁଇ ଭାଇଙ୍କ କାହାଣୀ ସମଗ୍ର ଦୁନିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ତେବେ ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। ଯାତ୍ରା କରିବାକୁ ଦୁଇଭାଇଙ୍କ ପାଖରେ ଭିସା ଥିଲା ନା ଅର୍ଥ। ଏମିତିରେ ସେ ବିମାନ ଜରିଆରେ ଫେରାର ହୋଇଯାଇଥିଲେ। ଏଥିପାଇଁ ଦୁଇଭାଇ ପଞ୍ଜାବରୁ ଦିଲ୍ଲୀ ଚାଲି ଆସିଥିଲେ। ଏହାପରେ ଇନ୍ଦିରାଗାନ୍ଧି ବିମାନବନ୍ଦରରେ କୌଶଳ କ୍ରମେ ପ୍ରବେଶ କରି ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଯାଇଥିଲେ। ଦୁଇଭାଇଙ୍କ ଲଣ୍ଡନ ଯିବାକୁ ଏତେ ଆଗ୍ରହ ଥିଲା କି ନିଜ ଜୀନବକୁ ବାଜି ଲଗାଇ ଦେଇଥିଲେ।

ଲଣ୍ଡନ ପହଞ୍ଚିଲା ବେଳକୁ ଦୁହେଁ ଅଚେତ ହୋଇ ପଡ଼ିଥିଲେ। ପ୍ରଦୀପ ସୋନି ବଞ୍ଚି ଯାଇଥିବା ବେଳେ ଛୋଟ ଭାଇ ବିଜୟ ସୋନି ବିମାନରୁ ଖସି ପଡ଼ି ମୃତ୍ୟୁବରଣ କରିଥିଲେ।
ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚେତା ଆସିବା ପରେ ପ୍ରଦୀପଙ୍କ ଏଭଳି ଯାତ୍ରା ସମ୍ପର୍କରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

The post ବିମାନ ଲ୍ୟାଣ୍ଡିଂ ଗିୟରରେ ଲୁଚି ୬୭୦୦ କିଲୋମିଟର ଯାତ୍ରା କରିଥିଲେ ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/38zSAx5

Post a Comment

0 Comments