ପକ୍ଷୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରି ଥାଆନ୍ତି। ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ବି ଖୁସି ହୋଇଯିବ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ହେଲିକପ୍ଟରରେ ବସିଛନ୍ତି। ତାଙ୍କ ସାମ୍ନାରେ ଏକ ପକ୍ଷୀ ରହିଛି ଯିଏକି ତାରରେ ଫସି ରହିଛି। ପକ୍ଷୀଙ୍କୁ ଏଭଳି ଅବସ୍ଥାରେ ଦେଖି ବ୍ୟକ୍ତି ଜଣକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

 

ଏହି ଭିଡିଓ ସେୟାର କରାଯାଇ ଲେଖାଯାଇଛି, ଜୈନ ସମାଜ ସୁରଟ(ଗୁଜୁରାଟ) ଦ୍ବାରା ତାରରେ ଝୁଲୁଥିବା ପକ୍ଷୀର ସହାୟତା ପାଇଁ ହେଲିକପ୍ଟର ମଗା ଯାଇଥିଲା। ଏହାକୁ ହିଁ ମାନବିକତା କୁହାଯାଏ।

ଏହି ଭିଡିଓକୁ ଆଟସ ଗ୍ୟାଲେରି ନାମକ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହାକୁ ୩ଲକ୍ଷରୁ ଊର୍ଧ୍ବ ଲୋକ ଦେଖି ସାରିଲେଣି। ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଉଛନ୍ତି।

The post ପକ୍ଷୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3n0iaDS

Post a Comment

0 Comments