‘ବ୍ଲୁ ଫ୍ଲାଗ୍‌’ ବେଳାଭୂମିକୁ ଗୁରୁତ୍ବ

ପୁରୀର ‘ବ୍ଲୁ ଫ୍ଲାଗ୍‌’ ବେଳାଭୂମି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ଏବେ ବେଳାଭୂମି ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫ଟି ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌’ ସ୍ତରର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଗଞ୍ଜାମ ଜିଲ୍ଲାର ପତି ସୋନାପୁର ଓ ହରିପୁର, ପୁରୀର ନୀଳାଦ୍ରି, ମୁହାଣ ଓ ଜାହାନିଆ ପୀର ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବେଳାଭୂମି ପରି ବିକଶିତ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଏହା ମଧ୍ୟରୁ ନୀଳାଦ୍ରି ବେଳାଭୂମିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଆଉ ୪ଟିର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଜଙ୍ଗଲ ଓ ପରିବେଶ ବିଭାଗ ସହ ସମନ୍ବୟ ରକ୍ଷା କରି ‘ଆଇସିଜେଏମ୍‌ପି’ ପକ୍ଷରୁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ପ୍ରାଥମିକ ସ୍ତରରେ ପ୍ରତି ବେଳାଭୂମି ପାଇଁ ପାଖାପାଖି ଦେଢ଼ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଆବଶ୍ୟକ ପଡ଼ିଲେ ଏଥିପାଇଁ ଅଧିକ ଅର୍ଥ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେଳାଭୂମି ବିକଶିତ ହେ‌ଲା ପରେ ଏହାକୁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ଦେବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବେଦନ କରାଯିବ ବୋଲି ସୂଚନା ମିଳିଛି।

The post ‘ବ୍ଲୁ ଫ୍ଲାଗ୍‌’ ବେଳାଭୂମିକୁ ଗୁରୁତ୍ବ first appeared on Sambad.

from ବିଶେଷ | Sambad https://ift.tt/3m0r4za

Post a Comment

0 Comments