ପିଲାଦିନର ଶିଖିବାର ଏହି ଇଚ୍ଛାକୁ ପୁଣି ଥରେ ଆପଣାଇଛନ୍ତି ରତନ ଟାଟା

ନୂଆଦିଲ୍ଲୀ: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି। ସେ ନିକଟରେ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟଟିକୁ ଲୋକେ ଖୁବ ପସନ୍ଦ ବି କରୁଛନ୍ତି।

ରତନ ଟାଟା ନିଜ ଇନଷ୍ଟାଗ୍ରାମରେ ପିଆନୋ ବଜାଉଥିବାର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ପିଲାଦିନେ ମୁଁ ଅଳ୍ପକିଛି ପିଆନେ ବଜାଇବା ଶିଖିଥିଲି। ଏବେ ପୁଣି ଏହାକୁ ଶିଖିବାର ଇଚ୍ଛା ହୋଇଛି। ଭଲ ଭାବେ ପିଆନୋ ବଜାଇ ପାରିବି ବୋଲି ଆଶା ରଖିଛି। ଅବସର ପରେ ମୋତେ ଜଣେ ଭଲ ପିଆନୋ ଶିଖାଉଥିବା ଶିକ୍ଷକ ମିଳିଥିଲେ। କିନ୍ତୁ ମୁଁ ସେଥିପ୍ରତି ଧ୍ୟାନ ଦେଇ ନଥିଲି।

 

View this post on Instagram

 

A post shared by Ratan Tata (@ratantata)

ରତନ ଟାଟାଙ୍କ ଏହି ପୋଷ୍ଟକୁ ଏଯାବତ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ପୋଷ୍ଟକୁ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ ସାର ଆପଣ ମହାନ’।

 

The post ପିଲାଦିନର ଶିଖିବାର ଏହି ଇଚ୍ଛାକୁ ପୁଣି ଥରେ ଆପଣାଇଛନ୍ତି ରତନ ଟାଟା first appeared on Sambad.

from ବିଶେଷ | Sambad https://ift.tt/3lctsST

Post a Comment

0 Comments