ଉଡ଼ନ୍ତା ଡ୍ରୋନକୁ ଗିଳି ପକାଇଲା କୁମ୍ଭୀର: ଗୁଗୁଲ ସେୟାର କଲା ଭିଡିଓ

ନୂଆଦିଲ୍ଲୀ: ଗୁଗୁଲ ଓ ଆଲଫାବେଟସର ସିଇଓ ସୁନ୍ଦର ପିଚାଇ ନିକଟରେ ଏକ ଟୁଇଟ କରିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ସେ ଏକ ଘଡ଼ିଆଳ କୁମ୍ଭୀରର ଭିଡିଓ ଟୁଇଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କୁମ୍ଭୀର ମୁହଁରୁ ଆଶ୍ଚର୍ଯ୍ୟଜନକ ଭାବେ ଧୁଆଁ ବାହାରୁଛି।

ସୂଚନାମୁତାବକ, ଫ୍ଲୋରିଡାରେ ଘଡ଼ିଆଳ କୁମ୍ଭୀର ଡ୍ରୋନକୁ ପାଟିରେ କାମୁଡ଼ି ଧରିଛି। ଆଉ ତାର ମୁହଁରୁ ଧୁଆଁ ବାହାରୁଛି। ଏହି ଘଟଣାର ଦୃଶ୍ୟକୁ ଟୁଇଟରରେ କ୍ରିସ ଏଣ୍ଡରସନ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରେ ଡ୍ରୋନଟି ଉଡୁଥିବା ସମୟରେ ଆଖିପିଛୁଳାକେ କୁମ୍ଭୀରଟି ତାହାକୁ ନିଜ ପାଟିରେ ଜାବୁଡ଼ି ଧରିଥିଲା। ଯେଉଁ କାରଣରୁ ତାର ପାଟି ଭିତରୁ ଧୁଆଁ ବାହାରିଥିଲା।

 

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ବି ଏହି ଭିଡିଓକୁ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।

 

The post ଉଡ଼ନ୍ତା ଡ୍ରୋନକୁ ଗିଳି ପକାଇଲା କୁମ୍ଭୀର: ଗୁଗୁଲ ସେୟାର କଲା ଭିଡିଓ first appeared on Sambad.

from ବିଶେଷ | Sambad https://ift.tt/3n1R7IC

Post a Comment

0 Comments